ଭୂତାଣୁ ଭିତରେ ଭୁବନେଶ୍ୱର ପାଇଁ ଭଲ ଖବର । ଆଜି ମାତ୍ର ୧୧ ଜଣ ପଜିଟିଭ୍, ସୁସ୍ଥ ହେଲେ ୧୯ ଜଣ ।

67

କନକ ବ୍ୟୁରୋ: ଭୂତାଣୁ ଭିତରେ ଭୁବନେଶ୍ୱର ପାଇଁ ଭଲ ଖବର । ଆଜି ମାତ୍ର ୧୧ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯେଉଁଥିରେ ସଙ୍ଗରୋଧ କେନ୍ଦ୍ରରୁ ୩ଟି ପଜିଟିଭ୍ କେସ୍ ଆସିଥିବାବେଳେ ୮ଟି ଲୋକାଲ୍ କେସ୍ ଆସିଛି । ତେବେ ଆକ୍ରାନ୍ତଙ୍କ ମଧ୍ୟରୁ କିଏ କେଉଁ କେଉଁ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ତାଙ୍କ ବାବଦରେ ସଂକ୍ଷିପ୍ତ ସୂଚନା ଜାରି କରିଛି ବିଏମସି ।

ଅନ୍ୟପଟେ ରାଜଧାନୀବାସୀଙ୍କୁ ଆଶ୍ୱସ୍ତିକର ଖବର କି ,ଏକାଥରେ ୧୯ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୧ ହଜାର ୬୭୫ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ସକ୍ରିୟ କେସ୍ ୨୦୦ ରହିଛି । ସେହିଭଳି ୩୧ ହଜାର ୨୧୨ ଜଣ ସୁସ୍ଥ ହୋଇଥିବାବେଳେ ୨୪୨ ଜଣଙ୍କର ମୃତ୍ୟୁ ହୋଇଥିବା ପ୍ରଶାସନ ସୂଚନା ଦେଇଛି ।