ଝରାଫୁଲ ମୃତ୍ୟୁ ଉପରୁ ହଟିବ ପରଦା । ମୁଖ୍ୟ ଅଭିଯୁକ୍ତ ରାକେଶକୁ ସିନ୍ ରି-କ୍ରିଏସନ୍ କରିବାକୁ ଭୁବନେଶ୍ୱରର ଗେଷ୍ଟ ହାଉସକୁ ଆଣିଛି ପୋଲିସ ।

231

କନକ ବ୍ୟୁରୋ : ରମାଦେବୀ ଛାତ୍ରୀ ଝରାଫୁଲଙ୍କ ମୃତ୍ୟୁ ମାମଲାରୁ ହଟିପାରେ ପରଦା । ଏହି ଘଟଣାରେ ଅଭିଯୁକ୍ତ ରାକେଶ ସ୍ୱାଇଁଙ୍କୁ ଅଣାଯାଇଛି ରାଜଧାନୀ ଭୁବନେଶ୍ୱରକୁ । ଭୁବନେଶ୍ୱରକୁ ଆଣି ଧର୍ମବିହାର ସ୍ଥିତ ଶିବସାଇ ଗେଷ୍ଟ ହାଉସକୁ ନେଇଛି ପୋଲିସ । ଏଠାରେ ସିନ୍ ରି କ୍ରିଏସନ କରାଯିବ । ପୂର୍ବରୁ ହୋଟେଲ ରୁମରୁ ସିସିଟିଭିକୁ ବି ଜବତ କରିଥିଲା ପୋଲିସ । କିଭଳି, କେଉଁ ସ୍ଥିତିରେ ଝରାଫୁଲଙ୍କର ମୃତ୍ୟୁ ହୋଇଥିଲା ଆଜି ସିନ୍ ରିକ୍ରିଏସନ୍ କରିବ ରାକେଶ । ପୁରା ଘଟଣାରେ ଏହି ସିନ୍ ରିକ୍ରିଏସନ୍ ବଡ ଭୂମିକା ନିଭାଇବ ବୋଲି କୁହାଯାଉଛି ।

ଆଜି ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ମଧୁବନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା । ଏହା ପରେ କୁଆଖିଆ ଥାନାରେ ତାକୁ ପଚରାଉଚରା କରାଯାଇ ପରେ ଭୁବନେଶ୍ୱର ଆଣି ହୋଟେଲରେ ସିନ୍ ରିକ୍ରିଏସନ୍ କରୁଛି କୁଆଖିଆ ପୋଲିସ । ଗତକାଲି ମୃତ ଦେହ ଫିଙ୍ଗିଥିବା ସ୍ଥାନକୁ ରାକେଶକୁ ନେଇଥିଲା ପୋଲିସ । ମୃତ ଦେହକୁ ଭୁବନେଶ୍ୱରରୁ ଯାଜପୁର କୁଆଖିଆକୁ କେମିତି ଆଣିଥିଲେ ସେ ଓ ତାହାର ସହଯୋଗୀ ପୋଲିସ ପଚରାଉଚରା କରିଥିଲା ।