କନକ ବ୍ୟୁରୋ : ଡିଜେ ଆଜେକ୍ସଙ୍କ ମୃତ୍ୟୁକୁ ନେଇ ତନାଘନା ଚାଲିଛି । ଆତ୍ମହତ୍ୟା ପୂର୍ବରୁ ପ୍ରେମିକାଙ୍କ ସହ ମାତ୍ର ୯୭ ସେକେଣ୍ଡ କଥା ହୋଇଥିଲେ । ୧୮ ତାରିଖ ସନ୍ଧ୍ୟାରେ ପ୍ରେମିକାଙ୍କ ସହ କଥା ହୋଇଥିଲେ । କେବଳ ସେତିକି ନୁହେଁ ୧୪ଘଣ୍ଟା ପରେ ଇ-ମେଲ ଡେଲିଭର ହୋଇଥିଲା । ୨୦ତାରିଖ ସନ୍ଧ୍ୟା ୬ଟା ୩୧ରେ ସିଡ୍ୟୁଲ ମେସେଜ ଡେଲିଭର ହୋଇଥିଲା । ୧୮ ତାରିଖ ସନ୍ଧ୍ୟା ୬ଟା ୩୧ରେ ପ୍ରେମିକାଙ୍କୁ ସିଡ୍ୟୁଲ ଇ-ମେଲ କରିଥିଲେ ଆଜେକ୍ସ । ସମସ୍ତ ଚାଟ୍ ମେସେଜ ଓ ହ୍ୱାଟ୍ସଆପ୍ ଚାଟକୁ ନେଇ ପୋଲିସ ତଦନ୍ତ ଚଳାଇଛି ।

Advertisment

ଆଜେକ୍ସ ଆତ୍ମହତ୍ୟା ପଛରେ ପ୍ରତାରଣା !

ଇ-ମେଲରେ ଶେଷ ବାର୍ତ୍ତା

- ତୁମେ ଏବେ ରଶ୍ମୀ ସହ ବୁଲୁଛ
- ଏକାଠି ଲସି ପିଉଛ
- ଯାହାକୁ ତୁମେ ଷ୍ଟାଟସ୍ ରଖୁଛ
- ମୋ ସହ ଏମିତି କେବେ ଫଟୋ ଉଠାଇ ଷ୍ଟାଟସ୍ ରଖିନ
- ଏଇଟା ମୋତେ କଷ୍ଟ ଦଉଛି
- ମୁଁ ସହିବି କେମିତି?
- ତୁମ ପାଇଁ ଜିଉଁଥିଲି, ଏବେ ତୁମ ପାଇଁ ମରିଯାଉଛି
- ଦୁନିଆ ଛାଡି ଯାଉଛି
- ତୁମେ ଭୂତ ହୋଇଯାଅ କହୁଥିଲ, ମୁଁ ଏବେ ଭୂତ ହୋଇଗଲି
- ସପ୍ତାହେ ହେଲା ମୁଁ ଶୋଇପାରୁନାହିଁ, ସ୍ଲିପିଂ ଟାବ୍ଲେଟ୍ ଖାଉଛି
- ମୁଁ ଏବେ ଯାଉଛି, ତୁମେ ଖୁସିରେ ରୁହ
- ତମେ ପ୍ରଚୁର ଟଙ୍କା ରୋଜଗାର କର, ବଡ଼ ଲୋକ ହୁଅ
- ହେଲେ ତମେ ଆଉ ତମର ଖଡୁସ୍.. କଞ୍ଜୁସ୍.. ପଣ୍ଡାକୁ ପାଇବ ନାହିଁ
- ମୁଁ ହାରିଗଲି, ମରିଯାଉଛି