ଫିଲ୍ମରେ ଭଲ ସଂଗୀତର ରୁଚି ରଖୁଥିବା ଜଣାଶୁଣା ବଲିଉଡ୍ ନିର୍ଦ୍ଦେଶକ ହେଲେ ସଂଜୟ ଲୀଳା ଭଂସାଲୀ। ନିଜର ଆଗାମୀ ଫିଲ୍ମ ‘ ପଦ୍ମାବତୀ’ ପାଇଁ ନିଜେ ସଂଗୀତ ନିର୍ଦେଶନା ଦେବାକୁ ଯାଉଛନ୍ତି। ସମସ୍ତେ ଜାଣନ୍ତି ଭଲ ଷ୍ଟୋରୀ ଆଙ୍ଗଲ୍ ସହ ସୁମଧୁର ଗୀତ ଭଂସାଲୀଙ୍କ ପ୍ରତି ଫିଲ୍ମର ଏକ ଅଭିନ୍ନ ଅଙ୍ଗ। ନିଜ ଫିଲ୍ମରେ ବିଭିନ୍ନ ଗୀତର ପରୀକ୍ଷା ନୀରିକ୍ଷା କରିଥାନ୍ତି ଭଂସାଲୀ।
ଭଂସାଲୀଙ୍କ ଆଗାମୀ ଫିଲ୍ମ ପଦ୍ମାବତୀରେ କେଉଁ ପ୍ରକାର ଗୀତ ରହିବ , ଏହା ଏବେଠୁ କହିବା ମୁସ୍କିଲ। ଏହା ପୂର୍ବରୁ ଭଂସାଲୀ ଗୁଜାରିଶ୍ , ରାମ ଲୀଳା ଓ ବାଜିରାଓ ମସ୍ତାନୀ ଭଳି ଫିଲ୍ମରେ ସଂଗୀତ ଦେଇଛନ୍ତି। ଏହି ଫିଲ୍ମ ପଦ୍ମାବତୀରେ ଷ୍ଟାରକାଷ୍ଟଙ୍କର କୈାଣସି ଘୋଷଣା ହୋଇନଥିଲେ ମଧ୍ୟ ଫିଲ୍ମରେ ଆଉଥରେ ଦୀପିକା ଓ ରଣବୀର ସିଂହ ମୁଖ୍ୟ ଭୂମିକାରେ ନଜର ଆସିବେ ବୋଲି ଶୁଣିବାକୁ ମିଳୁଛି।
ପଦ୍ମାବତୀ ଫିଲ୍ମଟି ସୁଲତାନ ଆଲାଉଦ୍ଦିନ ଖିଲିଜୀ ଓ ରାଣୀ ପଦ୍ମାବତୀଙ୍କ କାହାଣୀ ଉପରେ ଆଧାରିତ ଏକ ଐତିହାସିକ ଫିଲ୍ମ। ଦୀପିକା ପଦ୍ମାବତୀ ଓ ରଣବୀର ଖିଲିଜୀଙ୍କ ଭୂମିକାରେ ଏହି ଫିଲ୍ମରେ ନଜର ଆସିବେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/08/Sanjay-Deepika-Ranveer.jpg)