ଆଗକୁ ଆସୁଛି ଦଶହରା : ଦଶହରା ବଜାର ପାଇଁ ଭୁବନେଶ୍ୱରର ମଲ୍ ଗୁଡ଼ିକରେ ବ୍ୟାପକ ପ୍ରସ୍ତୁତି, ସାମାଜିକ ଦୂରତା ସହ କୋଭିଡ୍ କଟକଣା ଉପରେ ଗୁରୁତ୍ୱ; ଭିଡ ନିୟନ୍ତ୍ରଣ ଉପରେ ରହିବ ନଜର

Advertisment
ଆଗକୁ ଆସୁଛି ଦଶହରା : ଦଶହରା ବଜାର ପାଇଁ ଭୁବନେଶ୍ୱରର ମଲ୍ ଗୁଡ଼ିକରେ ବ୍ୟାପକ ପ୍ରସ୍ତୁତି, ସାମାଜିକ ଦୂରତା ସହ କୋଭିଡ୍ କଟକଣା ଉପରେ ଗୁରୁତ୍ୱ; ଭିଡ ନିୟନ୍ତ୍ରଣ ଉପରେ ରହିବ ନଜର

କନକ ବ୍ୟୁରୋ : ଆଗକୁ ଆସୁଛି ଦଶହରା । ଆଉ ଦଶହରା ବଜାର ପାଇଁ ଭୁବନେଶ୍ୱରର ମଲ୍ ଗୁଡ଼ିକରେ ବ୍ୟାପକ ପ୍ରସ୍ତୁତି ଚାଲିଛି । କୋଭିଡ୍ କାଳରେ ଗ୍ରାହକମାନେ କେମିତି ସୁରକ୍ଷିତ କିଣାବିକା କରିପାରିବେ ସେ ନେଇ ରାଜଧାନୀର ଏସପ୍ଲାନେଡ୍ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି । ସାମାଜିକ ଦୂରତା ସହ କୋଭିଡ୍ କଟକଣା ଉପରେ ଗୁରୁତ୍ୱ ଦିଆଯିବା ସହ ଭିଡ ନିୟନ୍ତ୍ରଣ ଉପରେ ନଜର ରଖାଯିବା ନେଇ ସୂଚନା ଦେଇଛନ୍ତି ମଲ୍ କର୍ତ୍ତୃପକ୍ଷ ।

publive-image

ସେପଟେ, ରାଧାକୃଷ୍ଣଙ୍କ ରାସଲୀଳାର ଗାଥା ବହନ କରୁଥିବା ଏବଂ ମା’ ଦୁର୍ଗା ଓ ମହିଷାଶୂର ମଧ୍ୟରେ ହୋଇଥିବା ଯୁଦ୍ଧର ମୂକସାକ୍ଷୀ ଏହି ଦାଣ୍ଡିଆ ନୃତ୍ୟ ମା’ ମହିଷାମର୍ଦ୍ଦିନୀଙ୍କ ଅତି ପ୍ରିୟ। ଭକ୍ତି ସହ ମସ୍ତି କରିବାର ଏକ ଅପୂର୍ବ ଅବକାଶ ଆଣୁଥିବା ଏହି ନୃତ୍ୟ କିନ୍ତୁ ଏଥର ରାଜଧାନୀରେ ଦେଖିବାକୁ ମିଳିବ ନାହିଁ। ୧୮ ବର୍ଷ ପରେ ଏଥିରେ ବିରାମ ଲାଗିବ । ନବରାତ୍ର ଆସିଲେ ଭକ୍ତି, ପୁଜା, ଛୁଟି, ଅବସର ଓ ମ‌ନୋରଞ୍ଜନର ଏକ ପରିପୂର୍ଣ୍ଣ ପ୍ୟାକେଜ୍‌ ନେଇଆସେ । କିନ୍ତୁ ଚଳିତ ବର୍ଷ କରୋନା ମହାମରୀ ଏସବୁରେ ପୂର୍ଣ୍ଣଚ୍ଛେଦ ଟାଣିଛି। ଆୟୋଜକମାନେ ହତାଶ ହୋଇଥିବା ବେଳେ ସହରବାସୀ ବି ନିରାଶ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe