କନକ ବ୍ୟୁରୋ: ୨୦୨୪ ନିର୍ବାଚନ ପାଖେଇ ଆସୁଛି । ବ୍ରହ୍ମଗିରିରେ ଆଗାମୀ ନିର୍ବାଚନକୁ ନେଇ ସରଗରମ ରହିଛି ରାଜନୀତି । ୨୦୨୪ ନିର୍ବାଚନରେ ବ୍ରହ୍ମଗିରିରେ ବିଜେପିର ନୂଆ ଚେହେରା ସାମ୍ନାକୁ ଆସିବ ବୋଲି ଚର୍ଚ୍ଚା ହେଉଥିଲା । ଏବେ ଦିବଙ୍ଗତ ବିଧାୟକ ଲୁଲୁ ମହାପାତ୍ରଙ୍କ ଝିଅ ଉପାସନା କହିଛନ୍ତି ସେ ଆଗାମୀ ନିର୍ବାଚନ ଲଢ଼ିବେ । ଲୁଲୁ ମହାପାତ୍ରଙ୍କ ଜନ୍ମ ଜୟନ୍ତୀ ଉତ୍ସବରେ ଏଭଳି କିଛି କହିଛନ୍ତି ଉପାସନା । ଆଗରୁ ଯାହା ଚର୍ଚ୍ଚା ହେଉଥିଲା ଉପସନାଙ୍କ ମନ୍ତବ୍ୟ ପରେ ଏବେ ସ୍ପଷ୍ଟ ହେଲାଣି କି ବ୍ରହ୍ମଗିର ଆସନରୁ ଦାଦାଙ୍କ ପରେ ଝିଆରୀ ଲଢ଼ିବେ ।

Advertisment

ଉପାସନା କହିଛନ୍ତି ଏକ ଅଦୃଶ୍ୟ ଶକ୍ତି ଆମ ପଛରେ ଅଛି, ଆମେ ଲଢ଼ିବୁ । ବର୍ତ୍ତମାନର ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ଅନୁପସ୍ଥିତିରେ ଲୁଲୁଙ୍କ ଜନ୍ମ ଜୟନ୍ତୀରେ କର୍ମୀଙ୍କୁ ନେଇ ଝିଆରୀ ଉପାସନା କରିଛନ୍ତି ବିଶାଳ ସମାବେଶ । ଯେଉଁଥିରେ ଆଗାମୀ ନିର୍ବାଚନ ଲଢ଼ିବା ନେଇ କହିଛନ୍ତି ଉପାସନା । ସେପଟେ ଏହି ସଭାରେ ବରିଷ୍ଠ ନେତା ବିଜୟ ମହାପାତ୍ର ଯୋଗ ଦେଇ କହିଥିଲେ ଯଦି ଆଗାମୀ ଦିନରେ ଉପାସନା ବ୍ରହ୍ମଗିରି ନିର୍ବାଚନ ଲଢ଼ିବେ ସେ ତାଙ୍କୁ ସମସ୍ତ ସହଯୋଗ କରିବେ । ବିଧାୟକ ଲଳିତେନ୍ଦୁ ଏନେଇ ମୁହଁ ଖୋଲୁନଥିବା ବେଳେ ତାଙ୍କ ଝିଆରି ଉପାସନା ମହାପାତ୍ର ବିଜେପି ଦଳରୁ ନିର୍ବାଚନ ଲଢିବା ନେଇ ବାପାଙ୍କ ଜନ୍ମଜୟନ୍ତୀ ସମାରୋହାରେ ସିଧାସଳଖ ଘୋଷଣା କରିଛନ୍ତି । ଆଗାମୀ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳିର ରାଜନୀତି କେଉଁ ଦିଗକୁ ମୋଡ ନେଉଛି ତା ଉପରେ ସମସ୍ତଙ୍କ ନଜର ରହିଛି ।