ଘୋଷଣା ହୋଇନାହିଁ ୨୦୨୪ ନିର୍ବାଚନ ତାରିଖ: ଏବେଠୁ ଗଡ ସଜାଡିଲେଣି ନେତା, ବ୍ରହ୍ମଗିରିରୁ ବିଜେପି ଟିକେଟରେ ଲଢିପାରନ୍ତି ଉପାସନା
କନକ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ତାରିଖ ଘୋଷଣା ହୋଇନାହିଁ । ହେଲେ ଏବେ ଠୁ ଗଡ ସଜାଡିଲେଣି ନେତା । ନିଜ ନିଜ ସପକ୍ଷରେ ସମର୍ଥକ ଯୋଗାଡରେ ଲାଗି ପଡିଛନ୍ତି । ଏହି ପ୍ରକ୍ରିୟାରେ ଖୁବ୍ ଜୋରସୋରରେ ଲାଗିଛନ୍ତି ଉପାସନା ମହାପାତ୍ର । ବ୍ରହ୍ମଗିରିରୁ ବିଜେପି ଟିକେଟ୍ରେ ଲଢିବା ପାଇଁ କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି । ୨୪ ନିର୍ବାଚନରେ ପ୍ରାର୍ଥୀ ହେବା ପାଇଁ ଲକ୍ଷ୍ୟ ରଖି ଦଳୀୟ ନେତା ଓ କର୍ମୀଙ୍କ ସହ ନିଜ ନିର୍ବାଚନ ମଣ୍ଡଳିର ବିଭିନ୍ନ ସ୍ଥାନକୁ ଯାଉଛନ୍ତି । କହିଲେ ରାଜନୈତିକ ଭବିଷ୍ୟତ ପାଇଁ ବାଟ ଛାଡିଦେବ ଦାଦା ଲଳିତେନ୍ଦୁ ମହାପାତ୍ର । ୨୦୧୯ରୁ ଏନେଇ ଦାଦାଙ୍କ ସହ ଆଲୋଚନା ହୋଇଥିଲା । ଦାଦାଙ୍କ ସହ କୌଣସି ବିବାଦ ନାହିଁ । ବାପା ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କ ଭଳି ନେତା ହେବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି ଉପାସନା ।