କନକ ବ୍ୟୁରୋ: ପ୍ରଥମଥର ନିର୍ବାଚନ ଲଢ଼ିବା, ଆଉ ବିଜୟୀ ହେବା, କେତେ ଗୁରୁତ୍ୱ ବହନ କରେ, ତାହା ଜଣେ ରାଜନେତା ଭଲ ଭାବେ ଜାଣନ୍ତି । କିଛି ଏପରି ଘଟିଛି ବ୍ରହ୍ମଗିରିରୁ ପ୍ରଥମଥର ନିର୍ବାଚନ ଲଢ଼ି ବିଜୟୀ ହୋଇଥିବା ଉପାସନା ମହାପାତ୍ରଙ୍କ କ୍ଷେତ୍ରରେ । ଆଜି ଯେତେବେଳେ ପ୍ରଥମଥର ବିଧାନସଭାରେ ପାଦ ଦେଲେ, ସେହି ସମୟରେ ଖୁବ୍ ଭାବବିହ୍ୱଳ ହୋଇପଡ଼ିଥିଲେ ବିଜେପିର ଏହି ବିଧାୟିକା । ବିଧାନସଭା ଭିତରକୁ ପ୍ରବେଶ କରିବା ସମୟରେ ହାତରେ ବାପାଙ୍କ ୧୯୯୫ ମସିହାର ଆଇ-କାର୍ଡ ଧରିଥିଲେ । ଇଏ ସେହି କାର୍ଡ, ଯାହାକୁ ଧରି ତାଙ୍କ ତଥା ସ୍ୱର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର ବିଧାନସଭାରେ ପ୍ରବେଶ କରିଥିଲେ । ଆଜି ସେହି କାର୍ଡ ତାଙ୍କୁ ସାହସ ଓ ଧୈର୍ଯ୍ୟ ଦେଇଥିବା କହିଛନ୍ତି ଉପାସନା ।
ପ୍ରଥମଥର ବିଧାନସଭାକୁ ଗଲେ ଉପାସନା ମହାପାତ୍ର । ଶପଥ ପାଇଁ ହାତରେ ବାପାଙ୍କ ଆଇ-କାର୍ଡ ଧରି କଲେ ଗୃହ ପ୍ରବେଶ ।
/kanak/media/post_attachments/wp-content/uploads/2024/06/upasana.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)