ବ୍ରହ୍ମଗିରିରେ ସକ୍ରିୟ ଉପାସନା ମହାପାତ୍ର । ଦାଦାଙ୍କ ସ୍ଥାନରେ ଏଥର ମଇଦାନକୁ ଓହ୍ଲାଇବେ ଝିଆରୀ

263

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ବେଳେ ଲଢ଼ିବା ପାଇଁ ସର୍ବନିମ୍ନ ବୟସ ହୋଇନଥିବାରୁ ଉପାସନା ମଇଦାନକୁ ଓହ୍ଲାଇ ନ ଥିଲେ । ଏଥିପାଇଁ ମଇଦାନଙ୍କୁ ଓହ୍ଲାଇଥିଲେ ଲୁଲୁ ମହାପାତ୍ରଙ୍କ ଭାଇ ତଥା ଉପାସନାଙ୍କ ଦାଦା ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର । ଆଉ ଲଳିତେନ୍ଦୁ ବିଜେଡିର ଟାଣୁଆ ନେତା ସଞ୍ଜୟ ଦାସବର୍ମାଙ୍କୁ ହରାଇ ବ୍ରହ୍ମଗିରି ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । କିନ୍ତୁ ଏବେ ସ୍ଥିତି ବଦଳିିଛି । ଉପାସନା ନିର୍ବାଚନ ଲଢ଼ିବା ପାଇଁ ଯୋଗ୍ୟ ହୋଇଛନ୍ତି । ସେ ନିର୍ବାଚନମଣ୍ଡଳୀ ବୁଲି ବୁଲି ଲୋକ ସମ୍ପର୍କ ବି ବଢ଼ାଇ ଚାଲିଛନ୍ତି । ତେଣୁ ବ୍ରହ୍ମଗିରିରୁ ଏଥର ଦାଦାଙ୍କ ବଦଳରେ ଝିଆରୀ ଲଢ଼ିବେ ବୋଲି କୁହାଯାଉଛି ।

ଦାଦା ଲଳିତେନ୍ଦୁ ବିଧାୟକ ଥିଲେ ବି ବ୍ରହ୍ମଗିରିରେ ଉପାସନା ଅଧିକ ସକ୍ରିୟ ରହିଛନ୍ତି । ଦଳୀୟ କାର୍ଯ୍ୟକ୍ରମରେ ଦେଖାଯାଉଛି । ତେବେ ଦାଦାଙ୍କ ସହ କୌଣସି ବିବାଦ ନାହିଁ । ବାପା ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କ ଭଳି ନେତା ହେବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି ଉପାସନା ।