ବିଜେପିରେ ଉପାସନାଙ୍କ ଯୋଗଦାନ ପରେ ପ୍ରତିକ୍ରିୟା ରଖିଲେ ବ୍ରହ୍ମଗିରି ବିଧାୟକ ସଞ୍ଜୟ ଦାସବର୍ମା : କହିଲେ, କଂଗ୍ରେସ ଛାଡିବେ ବୋଲି କେବେ ବି କହିନଥିଲେ ଲୁଲୁ

Advertisment
ନାବାଳିକା ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ଘଟଣାକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ । ସଂଜୟ ଦାସବର୍ମାଙ୍କ ବୟାନକୁ ନେଇ ବିଜେପିର ଟାର୍ଗେଟ୍

kanak news

କନକ ବ୍ୟୁରୋ : ବିଜେପିରେ ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କ ପରିବାର ମିଶ୍ରଣକୁ ନେଇ ଜାରି ରହିଛି ଚର୍ଚ୍ଚା । ଲୁଲୁଙ୍କ ଝିଅ ଉପାସନା ଓ ଭାଇ ଲଳିତେନ୍ଦୁଙ୍କ ସହ ଲୁଲୁ ସମର୍ଥକମାନେ ମିଶିବା ପରେ କାହାକୁ କେତେ ଫାଇଦା ମିଳିବ ତାକୁ ନେଇ ଆରମ୍ଭ ହୋଇଛି ବୟାନବାଜି । ଆଉ ଏହା ଭିତରେ ଲୁଲୁଙ୍କ ପାରମ୍ପରିକ ପ୍ରତିଦ୍ୱନ୍ଦୀ ବିଜେଡି ବିଧାୟକ ସଞ୍ଜୟ ଦାସ ବର୍ମା କହିଛନ୍ତି ଲୁଲୁଙ୍କ ପରିବାର ବିଜେପିରେ ମିଶିଲେ ବ୍ରହ୍ମଗିରି ବିଜେଡି ଉପରେ ଏହାର କୌଣସି ପ୍ରଭାବ ପଡିବ ନାହିଁ ।

ବ୍ରହ୍ମଗିରି ବିଜେଡିର ଗୋଟିଏ ଅଭେଦ୍ୟ ଦୁର୍ଗ । ୨୦୧୪ ସାଧାରଣ ନିର୍ବାଚନ ଅପେକ୍ଷା ପଂଚାୟତ ନିର୍ବାଚନରେ ବିଜେଡିର ଭୋଟ୍ ବ୍ୟବଧାନ ବଢିଛି ବୋଲି କହିଛନ୍ତି ସଂଜୟ ଦାସବର୍ମା । ସେପଟେ ପୁରୀ ଜିଲ୍ଲାର ଆଉ ଜଣେ ଟାଣୁଆ ନେତା ତଥା ମନ୍ତ୍ରୀ ମହେଶ୍ୱର ମହାନ୍ତି କହିଛନ୍ତି , ଲୁଲୁଙ୍କ ପରିବାରକୁ ଦଳରେ ସାମିଲ କରି କୌଣସି ଫାଇଦା ପାଇବନାହିଁ ବିଜେପି ।

ବ୍ରହ୍ମଗିରିରେ କଂଗ୍ରେସର ପକେଟ ଭୋଟ୍ କଂଗ୍ରେସକୁ ହିଁ ଯିବ । ସେପଟେ କଂଗ୍ରେସର ବରିଷ୍ଠ ନେତା ଅନନ୍ତ ସେଠୀ କହିଛନ୍ତି, ଯୁବ ଗର୍ଜନ ସମାବେଶ ପାଇଁ ଲୁଲୁଙ୍କୁ ସାହାଯ୍ୟ କରିଥିଲେ କଂଗ୍ରେସକୁ ଫାଇଦା ମିଳିଥାନ୍ତା ଏବଂ ତାଙ୍କ ପରିବାରକୁ ମନାଇଥିଲେ ସେମାନେ ଦଳ ଛାଡିନଥାନ୍ତେ ବୋଲି ସେ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe