କନକ ବ୍ୟୁରୋ: ବିଜେପି ନେତା ତଥା ୟୁପିର ଯୋଗୀ ସରକାରରେ କ୍ରୀଡା ଓ ଯୁବ କଲ୍ୟାଣ ମନ୍ତ୍ରୀ ଉପେନ୍ଦ୍ର ତିୱାରୀଙ୍କ ବିବାଦୀୟ ବୟାନକୁ ନେଇ ଏବେ ଚର୍ଚ୍ଚା । ସେ ଦାବି କରିଛନ୍ତି କି ପେଟ୍ରୋଲ ଓ ଡିଜେଲ ଦରରେ କୌଣସି ବୃଦ୍ଧି ହୋଇନାହିଁ । କାରଣ ଦେଶରେ ୯୫ ପ୍ରତିଶତ ଲୋକ ପେଟ୍ରୋଲ ବ୍ୟବହାର କରୁ ନାହାନ୍ତି ।
ୟୁପିରେ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଅମୃତ ମହୋତ୍ସବ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ମନ୍ତ୍ରୀ ଉପେନ୍ଦ୍ର ତିୱାରୀ । ଏହି ସମୟରେ ତାଙ୍କୁ ଗଣ ମାଧ୍ୟମ କର୍ମଚାରୀମାନେ ବେରୋଜଗାର ଓ ପେଟ୍ରୋଲ-ଡିଜେଲ ଦରକୁ ନେଇ ପ୍ରଶ୍ନ କରିଥିଲେ । ଆଉ ସେ ଏଥିରେ ଏକ ଅଜବ ପ୍ରତିକ୍ରିୟା ରଖିଥିଲେ ।
#WATCH | Jalaun: UP Min Upendra Tiwari says, "...Only a handful of people use 4-wheelers & need petrol. 95% of people don't need petrol. Over 100 cr vaccine doses were administered free of cost to people...If you compare (fuel price) to per capita income, prices are very low now" pic.twitter.com/rNbVeiI7Qw
— ANI UP (@ANINewsUP) October 21, 2021
ସେ କହିଥିଲେ, ଲୋକମାନେ ୧୦୦ କୋଟିରୁ ଅଧିକ ଟିକା ମାଗଣାରେ ନେଇଛନ୍ତି । ଯଦି ଆପଣ ପେଟ୍ରୋଲର ଦାମ ପ୍ରତି ବ୍ୟକ୍ତିଙ୍କ ଆୟ ସହ ତୁଳନା କରନ୍ତି ତେବେ ଏହା ବହୁତ କମ ହେବ । ଦେଶରେ ୯୫ ପ୍ରତିଶ ଲୋକ ପେଟ୍ରୋଲ ବ୍ୟବହାର କରୁନାହାନ୍ତି, କେବଳ କିଛି ଲୋକ ବ୍ୟବହାର କରନ୍ତି ।
ଦେଶରେ କିଛି ଦିନ ହେବ ପେଟ୍ରୋଲ-ଡିଜେଲ ଦର ବଢିବାରେ ଲାଗିଛି । ଆଜି ବି ଦେଶରେ ପେଟ୍ରୋଲ-ଡିଜେଲ ଦର ୩୫ ପଇସା ଲେଖାଏଁ ବୃଦ୍ଧି ପାଇଛି । ଦିଲ୍ଲୀରେ ପେଟ୍ରୋଲ ଦର ୧୦୬ ଟଙ୍କା ଥିବା ବେଳେ ମୁମ୍ବାଇରେ ୧୧୨.୪୪ ପଇସା ରହିଛି । ସେହିପରି ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୭ ଟଙ୍କାରେ ପହଞ୍ଚିଛି ।