ଦୁର୍ନୀତି ବିରୋଧରେ ଯୋଗୀ ସରକାରଙ୍କ ବଡ ଅଭିଯାନ: ବେଆଇନ ଭାବେ ପଦୋନ୍ନତି ପାଇଥିବା ଅଧିକାରୀଙ୍କୁ ପଦୋବନ୍ନତି; ଅଫିସରରୁ ହେଲେ ଚପରାଶି ଓ ଚୌକିଦାର

306

କନକ ବ୍ୟୁରୋ: ଦୁର୍ନୀତି ବିରୋଧରେ ଯୋଗୀ ସରକାରଙ୍କ କଡା କାର୍ଯ୍ୟାନୁଷ୍ଠାନ । ବେଆଇନ୍ ଭାବେ ପଦନ୍ନୋତି ପାଇଥିବା ୪ଜଣ ଅଧିକାରୀଙ୍କୁ ଡ଼ିମୋସନ କରିଛନ୍ତି ଯୋଗୀ ସରକାର । ସୂଚନା ବିଭାଗର ୪ଜଣ ଅତିରିକ୍ତ ଜିଲ୍ଲା  ସୂଚନା ଅଧିକାରୀଙ୍କୁ ଡ଼ିମୋସନ କରାଯାଇଛି ।

ପଦନ୍ନୋତି ପାଇଁ ୪ଜଣ ଅଧିକାରୀଙ୍କୁ ଡ଼ିମୋସନ କରାଯାଇ ଚପରାସୀ, ଚୌକିଦାର, ଅପରେଟର ଏବଂ ସହୟକ ଭାବେ ନିଯୁକ୍ତ କରାଯାଇ ତାଙ୍କୁ ମୂଳ ପଦବୀକୁ ଫେରାଇ ଦିଆଯାଇଛି । ପଦନ୍ନୋତି ପାଇଥିବା ୪ଜଣ  ଅଧିକାରୀ ହେଲେ ନରସିଂହ, ଦୟାଶଙ୍କର, ବିନୋଦ କୁମାର ଶର୍ମା ଏବଂ ଅନିଲ କୁମାର ସିଂ । ନରସିଂହକୁ ଚପରାସି ଭାବେ, ଦୟାଶଙ୍କରଙ୍କୁ ଚୌକିଦାର ଭାବେ, ବିନୋଦ କୁମାର ଶର୍ମା, ଅନିଲ କୁମାର ସିଂଙ୍କୁ ସିନେମା ଏବଂ ପ୍ରଚାର ସହାୟକ କରାଯାଇଛି ।