କନକ ବ୍ୟୁରୋ: ଦୁର୍ନୀତି ବିରୋଧରେ ଯୋଗୀ ସରକାରଙ୍କ କଡା କାର୍ଯ୍ୟାନୁଷ୍ଠାନ । ବେଆଇନ୍ ଭାବେ ପଦନ୍ନୋତି ପାଇଥିବା ୪ଜଣ ଅଧିକାରୀଙ୍କୁ ଡ଼ିମୋସନ କରିଛନ୍ତି ଯୋଗୀ ସରକାର । ସୂଚନା ବିଭାଗର ୪ଜଣ ଅତିରିକ୍ତ ଜିଲ୍ଲା ସୂଚନା ଅଧିକାରୀଙ୍କୁ ଡ଼ିମୋସନ କରାଯାଇଛି ।
ପଦନ୍ନୋତି ପାଇଁ ୪ଜଣ ଅଧିକାରୀଙ୍କୁ ଡ଼ିମୋସନ କରାଯାଇ ଚପରାସୀ, ଚୌକିଦାର, ଅପରେଟର ଏବଂ ସହୟକ ଭାବେ ନିଯୁକ୍ତ କରାଯାଇ ତାଙ୍କୁ ମୂଳ ପଦବୀକୁ ଫେରାଇ ଦିଆଯାଇଛି । ପଦନ୍ନୋତି ପାଇଥିବା ୪ଜଣ ଅଧିକାରୀ ହେଲେ ନରସିଂହ, ଦୟାଶଙ୍କର, ବିନୋଦ କୁମାର ଶର୍ମା ଏବଂ ଅନିଲ କୁମାର ସିଂ । ନରସିଂହକୁ ଚପରାସି ଭାବେ, ଦୟାଶଙ୍କରଙ୍କୁ ଚୌକିଦାର ଭାବେ, ବିନୋଦ କୁମାର ଶର୍ମା, ଅନିଲ କୁମାର ସିଂଙ୍କୁ ସିନେମା ଏବଂ ପ୍ରଚାର ସହାୟକ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/01/11-7.jpg)