ହାଥରସ୍ ଗଣଦୁଷ୍କର୍ମ ମାମଲା: ଏସପି, ଡିଏସପି ଓ ଇନ୍ସପେକ୍ଟର ସମେତ ଅନେକ ପୋଲିସ୍ ଅଧିକାରୀ ନିଲମ୍ବିତ । ପ୍ରାଥମିକ ତଦନ୍ତ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ନେଲେ ଯୋଗୀ ସରକାର । 

916

କନକ ବ୍ୟୁରୋ: ହାଥରସ୍ ଗଣଦୁଷ୍କର୍ମ ଘଟଣା, ହାଥରସର ଏସପି ଓ ଡିଏସପିଙ୍କ ନିଲମ୍ବିତ । ଏହାସହ ସ୍ଥାନୀୟ ଇନ୍ସପେକ୍ଟର ସମେତ ଅନେକ ପୋଲିସ୍ ଅଧିକାରୀଙ୍କୁ ନିଲମ୍ବିତ କଲେ ଯୋଗୀ ସରକାର । ପ୍ରାଥମିକ ତଦନ୍ତ ରିପୋର୍ଟ ଯାଞ୍ଚ ଆଧାରରେ ହାଥରସର ଏସପି, ଡିଏସପି,  ସ୍ଥାନୀୟ ଇନ୍ସପେକ୍ଟରଙ୍କୁ ନିଲମ୍ବନର ନିର୍ଦ୍ଦେଶ ଜାରି କରିଛନ୍ତି ଯୋଗୀ ସରକାର । 

କେବଳ ଏତିକି ନୁହେଁ ଘଟଣାରେ କିଛି ଗାଁ ଲୋକ ଏବଂ ଜିଲ୍ଲା ପ୍ରଶାସନର ଅଧିକାରୀଙ୍କ ନାର୍କୋ ପଲିଗ୍ରାଫ୍ ଟେଷ୍ଟ ମଧ୍ୟ କରିବାକୁ ଯୋଗୀ ସରକାର ନିର୍ଦ୍ଦେଶ ଦେଇଛନ୍ତି । ତେବେ ଘଟଣାକୁ ଦିନ ପରେ ଦିନ ବିତି ଚାଲିଥିବାବେଳେ ପ୍ରତିବାଦ ସ୍ୱର ବଢ଼ିଛି । ଆଉ ପୀଡ଼ିତାଙ୍କୁ ନ୍ୟାୟ ଦେବା ପାଇଁ ଦେଶସାରାଠୁ ସୋସିଆଲ ମିଡ଼ିଆ ସ୍ୱର ଉଠିବାରେ ଲାଗିଛି । ବିବାଦ ବଢୁଥିବାବେଳେ ଯୋଗୀ ସରକାର ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।