ଓଡ଼ିଶାରେ ୟୁପି ଷ୍ଟାଇଲ । ବଲାଙ୍ଗୀରରେ ବୁଲଡୋଜର ଲଗାଇ ଭାଙ୍ଗିଲା ଗ୍ୟାଙ୍ଗଷ୍ଟର ଟିମନର ଘର

147

କନକ ବ୍ୟୁରୋ: ଓଡିଶାରେ ୟୁପି ଷ୍ଟାଇଲରେ ପ୍ରଶାସନର କାର୍ଯ୍ୟାନୁଷ୍ଠାନ । ଉତରପ୍ରଦେଶର ଯୋଗୀ ସରକାର ଯେମିତି ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି, ଠିକ୍ ସେହିଭଳି ବଲାଂଗୀରରେ ଗ୍ୟାଙ୍ଗଷ୍ଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ବଲାଂଗୀର ପ୍ରଶାସନ । ସରକାରୀ ଜମିକୁ ମାଡି ବସି ଘର କରିଥିବା ଗ୍ୟାଙ୍ଗଷ୍ଟର, ଘରକୁ ବୁଲଡୋଜର ଲଗାଇ ଭାଙ୍ଗି ଦେଇଛି ପ୍ରଶାସନ । ପୁଲିସ ଓ ସ୍ଥାନୀୟ ପ୍ରଶାସନର ଉପସ୍ଥିତିରେ ଭାଂଗି ଘର ଭଂଗାଯାଇଛି । ଗ୍ୟାଙ୍ଗଷ୍ଟର ଟିମନ ବିରୋଧରେ ଏକାଧିକ ମାମଲା ରହିଛି । ଟିମନ ବିରୋଧରେ ଦାଦାବଟି, ବେଆଇନ ଜମି କାରବାର, ହତ୍ୟା ଭଳିି ଅଭିଯୋଗ ରହିଛି ।