କନକ ବ୍ୟୁରୋ: ବଡ଼ ବଡ଼ିଆଙ୍କ ଘରେ ବୁଲଡୋଜର ଚାଲିବ । ଜବରଦଖଲରେ ଥିବା ବଡବଡଆ ଓ ପ୍ରଭାବଶାଳୀ ଘର କୋଠା ଉଚ୍ଛେଦ ହେବ ଜବର ଦଖଲକାରୀଙ୍କ କବଜାରୁ ଜଙ୍ଗଲ ଜମି, ସରକାରୀ ଜମିକୁ ଉଚ୍ଛେଦ କରାଯିବ । ସମ୍ୱଲପୁର ଗସ୍ତ ଅବସରରେ ଏହି ବଡ଼ ବୟାନ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।

Advertisment

ସମ୍ବଲପୁର ଗସ୍ତ କରି ଗୁଡେଶ୍ୱର ବାବା ମନ୍ଦିର ରାସ୍ତାରେ ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମରେ ଯୋଗ ଦେଇ ବୃକ୍ଷ ରୋପଣ କରିଛନ୍ତି । ପରିବେଶ ପ୍ରଦୂଷଣ ରୋକିବା ପାଇଁ ଶିଳ୍ପାନୁଷ୍ଠାନ ଗୁଡିକ ଉପରେ ମଧ୍ୟ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ରାଜସ୍ୱମନ୍ତ୍ରୀ । ଶିଳ୍ପାନୁଷ୍ଠାନ ଗୁଡିକର ଆସ ଡମ୍ପିଂ ଉପରେ ମଧ୍ୟ କାର୍ୟ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ସେହିପରି ଶିଳ୍ପାନୁଷ୍ଠାନର ବର୍ଜ୍ୟବସ୍ତୁ ପରିଚାଳନା ଉପରେ ମଧ୍ୟ ନଜର ରଖାଯିବ । ପୂର୍ବରୁ ଝୁମ୍ପୁଡି ଘର କରିଥିବା ଜବରଦଖଲକାରୀଙ୍କୁ ଉଚ୍ଛେଦ କରାଯାଉଥିଲା । ହେଲେ ଏଥର ବଡବଡ଼ିଆ, ପ୍ରଭାବଶାଳୀ, ଶିଳ୍ପାନୁଷ୍ଠାନ ଉପରେ ବୁଲଡୋଜର ଚାଲିବ ବୋଲି ସୁରେଶ ପୂଜାରୀ କହିଛନ୍ତି ।