ସିଧା ନୁହେଁ ବରଂ ଓଲଟା ଅଛି ଘର, ଜାଣନ୍ତୁ କେଉଁଠି ଅଛି ଏବଂ ଏହାର ବିଶେଷତ୍ୱ କ’ଣ

114

ଆଜିକାଲି ଏହି ଆଧୁନିକ ଯୁଗରେ ପ୍ରତ୍ୟେକ ନିଜ ଘର ଅଲଗା ଏବଂ ଅଭିନବ ଉପାୟରେ ନିର୍ମାଣ କରିବା ପାଇଁ ଚାହାଁନ୍ତି । ପ୍ରତ୍ୟେକ ଚାହାଁନ୍ତି କି ତାଙ୍କ ଘରକୁ ସମସ୍ତେ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଆନ୍ତୁ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଘର ବିଷୟରେ ଜଣାଇବାକୁ ଯାଉଛୁ ଯାହାକି ଓଲଟା ତିଆରି ହୋଇଛି । ମାଲେସିଆରେ ଏହି ଘରକୁ ଦେଖିବା ପାଇଁ ବହୁ ଦୂରରୁ ପର୍ଯ୍ୟଟକ ଆସନ୍ତି । କେବଳ ବାହାରୁ ନୁହେଁ ଭିତରୁ ମଧ୍ୟ ଏହି ଘର ଦେଖିବାକୁ ବହୁତ ସୁନ୍ଦର । ଆସନ୍ତୁ ଜାଣିବା ଏହି ଘର ବିଷୟରେ ଆଉ କିଛି ।

ଏହି ଘର ଭିତରେ ଲୋକ ଛାତରୁ ଝୁଲିବାର ଆନନ୍ଦ ନିଅନ୍ତି । ମାଲେସିଆର ଏହି କେଏଲ ଟାୱାରରେ ନିର୍ମାଣ ହୋଇଥିବା ନୂଆ ଅପସାଇଡ୍ ଡାଉନ୍ ହାଉସରେ ଲୋକ ବୁଲିବାର ପୁରା ମଜା ନେଉଛନ୍ତି । ଘର ଭିତର ଅଂଶକୁ ଭିନ୍ନ ଭିନ୍ନ ଉପାୟରେ ସଜଡା ଯାଇଛି । ଏହା ଭିତରେ ଏକ ଗ୍ୟାଲେରୀ ବି ତିଆରି ହୋଇଛି । ପିଲାଙ୍କ ବୁଲିବା ପାଇଁ ଏହା ଏକ ଭଲ ସ୍ଥାନ । ଏହି ଘରର ଗେଟରେ ଅପସାଇଡ୍ ଡାଉନ୍ ହଳଦିଆ ରଙ୍ଗର କାର ଲଗାଯାଇଛି, ଯାହାକି ଏହି ଘରର ସୈାନ୍ଦର୍ଯ୍ୟକୁ ବଢ଼ାଏ ।

ଏହି ଘର ଭିତରେ ପ୍ରତ୍ୟେକ ଜିନିଷ ଉପରେ ଝୁଲୁଥିବା ଅବସ୍ଥାରେ ଥାଏ । ବେଡ ଠାରୁ ଆରମ୍ଭ କରି ଛୋଟ ଛୋଟ ଜିନିଷ ଛାତ ଉପରେ ଲଗାଯାଇଛି । ଛାତ ଉପରେ ଲଗାଯାଇଥିବା କାଲୀନ, ବେଡ ଏବଂ ସୋଫା ଦେଖିକି ଆପଣଙ୍କ ମୁଣ୍ଡ ବୁଲେଇବ । ଆପଣ ଯଦି ମାଲେସିଆ ବୁଲିବାର ପ୍ଲାନ କରୁଛନ୍ତି ତେବେ ଏହି ଅଭିନବ, ସୁନ୍ଦର ଘରକୁ ଦେଖିବାକୁ ଭୁଲନ୍ତୁନି ।