ଲକଡ଼ାଉନ୍ ସମୟରେ ଅସହାୟଙ୍କୁ ଖାଦ୍ୟ ବଣ୍ଟନ କରି ରେକର୍ଡ କଲା ଉତ୍ତରପ୍ରଦେଶ : ୨ ମାସରେ ବଣ୍ଟାଗଲା ୨୯.୬୬ ଲକ୍ଷ ମେଟ୍ରିକ୍ ଟନ୍ ରାସନ୍ । 

150

ବର୍ତ୍ତମାନ ଦେଶରେ ଲକଡ଼ାଉନର ଲହରୀ ଚାଲିଛି । ଏଭଳି ପରିସ୍ଥିତିରେ ଗରିବ ଲୋକଙ୍କ ପାଇଁ ଭୁତାଣୁ ଭୟ କମ୍ ଭୋକର ଭୟ ଅଧିକ ବଢିଯାଇଛି । ସବୁ ରାଜ୍ୟର ସରକାର ଏବଂ ସମାଜସେବୀ ସେଠାକାର ଗରିବ , ଅସହାୟଙ୍କୁ ଖାଦ୍ୟସାମଗ୍ରୀ ଯୋଗାଇ ମାନବିକତାକୁ ବଂଚାଇ ରଖିଛନ୍ତି ।  ତେବେ ଏହି ଲକଡ଼ାଉନ୍ ର ୨ ମାସ ଭିତରେ ଉତ୍ତରପ୍ରଦେଶରେ ଗରିବ ଲୋକଙ୍କୁ ୨୯.୬୬ ଲକ୍ଷ ମେଟ୍ରିକ୍ ଟନ୍ ଖାଦ୍ୟ ସାମଗ୍ରୀ ବିତରଣ କରାଯାଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଗତ ୨ ମାସ ଭିତରେ ୩.୫୫ କୋଟି ଲୋକଙ୍କୁ ମାସିକ ୨ ଥର ଲେଖାଏଁ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯାଇଛି । ଜୁନ୍ ୧ ରୁ ଆରମ୍ଭ ହୋଇଥିôବା ପଞ୍ଚମ ଚରଣର ଖାଦ୍ୟ ବିତରଣ କାର୍ଯ୍ୟକ୍ରମର ପ୍ରଥମ ଦିନରେ ୩୧ ଲକ୍ଷ ୧୨ ହଜାର ୨୫୮ ରାଶନ୍ କାର୍ଡରେ ପାଖାପାଖି ୮୧,୪୩୮,୧୬୩ ମେଟ୍ରିକ୍ ଟନ୍ ରାସନ୍ ବଣ୍ଟାଯାଇଛି ।

ଏହି ଖାଦ୍ୟ ସାମଗ୍ରୀ ଭିତରେ ୭୮୩୨୫.୯୦୫ ମେଟ୍ରିକ୍ ଟନ୍ ଚାଉଳ ଏବଂ ୩୧୧୨.୨୫୮ ମେଟ୍ରିକ୍ ଟନ୍ ଚଣା ଥିଲା । ଏହି କ୍ରମରେ ୧୧ ଲକ୍ଷରୁ ଅଧିକ ଲୋକଙ୍କୁ ନିଃଶୁଳ୍କ ରାଶନ୍ ଯୋଗାଇ ଦିଆଯାଇଛି । ବିଭାଗୀୟ ଅଧିକାରୀଙ୍କ କହିବାନୁସାର , ମେ ମାସରୁ ଆରମ୍ଭ ହୋଇଥିବା ତୃତୀୟ ଚରଣର ଖାଦ୍ୟ ବିତରଣ କାର୍ଯ୍ୟକ୍ରମ ଅନୁସାରେ ୩ କୋଟି ୫୩ ଲକ୍ଷ ୧୯ ହଜାର ୫୩୦ ଜଣ ଲୋକଙ୍କୁ ୭୫୬,୬୨୬.୪୯୦ ମେଟ୍ରିକ୍ ଟନ୍ ରାସନ୍ ବଣ୍ଟନ କରାଯାଇଛି ।