କନକ ବ୍ୟୁରୋ: ଦେଶର ଗୌରବ ଗୋମାତା । ଗୋମାତାର ସୁରକ୍ଷା ହୋଇପାରିଲେ ଦେଶର ବିକାଶ ହେବ । ଏହାକୁ ସବୁବେଳେ ଗୁରୁତ୍ୱ ଦେଇଆସୁଥିବା ଉତ୍ତରପ୍ରଦେଶ ସରକାର ଏବେ ଏହାକୁ ସଫଳ ରୂପ ଦେବାକୁ ଅଣ୍ଟା ଭିଡିଛନ୍ତି । ରାସ୍ତାରେ ଅବହେଳିତ ରୁଗ୍ନ ଅବସ୍ଥାରେ ବୁଲୁଥିବା ଗାଈ ମାନଙ୍କ ପାଇଁ ଆରମ୍ଭ କରିଛନ୍ତି ୨୪ ଘଣ୍ଟିଆ ଆମ୍ବୁଲାନ୍ସ ବ୍ୟବସ୍ଥା । ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ଉତ୍ତରପ୍ରଦେଶ ପଶୁପାଳନ ଓ ମତ୍ସ୍ୟ ବିଭାଗ ମନ୍ତ୍ରୀ ଲକ୍ଷ୍ମନାରାୟଣ ଚୌଧୁରୀ ।
ଦେଶରେ ପ୍ରଥମ ପାଇଁ ଗୋ ସମ୍ପଦ ଲାଗି ଏପରି ସ୍ୱସ୍ଥ୍ୟ ସେବା ଆରମ୍ଭ କରିଛନ୍ତି ଉତ୍ତରପ୍ରଦେଶ ସରକାର । ପ୍ରଥମ କରି ହେଉଥିବା ଉପରୋକ୍ତ ଅଭିନବ ଯୋଜନା ପାଇଁ ୫୧୫ଟି ଆମ୍ବୁଲାନ୍ସ୍ ପ୍ରସ୍ତୁତ କରାଯାଇଥିବା କଥା ମନ୍ତ୍ରୀ କହିଛନ୍ତି।ମଥୁରାରେ ସେ ସାମ୍ବାଦିକମାନଙ୍କୁ କହିଛନ୍ତି, ୧୧୨ ଜରୁରୀକାଳୀନ ନମ୍ବର ଭଳି ଉକ୍ତ ନୂତନ ସେବା ମଧ୍ୟ ସାଙ୍ଘାତିକ ଅସୁସ୍ଥ ଗାଈମାନଙ୍କର ତ୍ବରିତ ଚିକିତ୍ସା ନିମନ୍ତେ ପଥ ପ୍ରସ୍ତୁତି କରିବ। ସେବା ପାଇଁ ଅନୁରୋଧ କରିବାର ୧୫ ରୁ ୨୦ ମିନଟ୍ ମଧ୍ୟରେ ଜଣେ ପ୍ରାଣୀ ଚିକିତ୍ସକ ଏବଂ ଦୁଇଜଣ ସହକାରୀଙ୍କ ସମେତ ଆମ୍ବୁଲାନ୍ସ୍ ପହଞ୍ଚିଯିବ।
ଏହି ଯୋଜନା ଡିସେମ୍ବର ପହିଲାରୁ ଆରମ୍ଭ ହେବ ।ଯୋଜନାରେ ଅନୁରୋଧ/ଅଭିଯୋଗ ଗ୍ରହଣ ପାଇଁ ଲକ୍ଷ୍ନୌରେ ‘କଲ୍ ସେଣ୍ଟର୍’ ସ୍ଥାପନ କରାଯିବ ବୋଲି ସେ କହିଛନ୍ତି।
ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ମାଗଣାରେ ଉନ୍ନତ ମାନର ଔରସ ଏବଂ ଭ୍ରୂଣ ପ୍ରତିରୋପଣ ବ୍ୟବସ୍ଥାଦ୍ବାରା ରାଜ୍ୟରେ ଗୋରୁ ଉତ୍ପନ୍ନ କାର୍ୟ୍ୟକ୍ରମକୁ ଉନ୍ନତ କରାଯିବ। ଶାବକ ଜନ୍ମ କରିବାକୁ ଅସମର୍ଥା ଗାଈମାନଙ୍କୁ ଅଧିକ ଦୁଗ୍ଧ ପ୍ରଦାନକାରୀ ଗାଈ କରାଇବାରେ ଏହି ଭ୍ରୂଣ ପ୍ରତିରୋପଣ କୌଶଳ ଏ କ୍ଷେତ୍ରରେ ରାଜ୍ୟରେ ବିପ୍ଳବ ସୃଷ୍ଟି କରିବ। ଏ ଧରଣର ଗାଈମାନେ ଦୈନିକ ୨୦ ଲିଟର୍ ଦୁଗ୍ଧ ଦେବାକୁ ସମର୍ଥା ହେବେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/11/9-18.jpg)