ଲଗାଣ ବର୍ଷାରେ ଅନେକ ରାଜ୍ୟରେ ସ୍ଥିତିବସ୍ଥା ସଂକଟାପର୍ଣ୍ଣ ହୋଇଯାଇଛି । କେଉଁଠି ଘରେ ସୁଇମିଂ ପୁଲ୍ ଭଳି ଲୋକ ଭାସିଲେଣି ତ ଆଉ କେଉଁଠି ଡଙ୍ଗା ଯୋଗେ ଯାତାୟତ କରୁଛନ୍ତି ଲୋକ । ତେବେ ଏଭଳି ଅବସ୍ଥାରେ ଆଉ ଏକ ଖବର ଚର୍ଚ୍ଚାରେ ରହିଛି । ପୋଖରୀ,ଗାଡିଆ ଏବଂ ନଦୀରେ ମାଛ ପହଁରିଲା ଭଳି ଏବେ ସଡକରେ ଏବଂ ଘରେ ମଧ୍ୟ ମାଛ ପହଁରୁଥିବାର ଦେଖିବାକୁ ମିଳୁଛି । ଉତ୍ତରପ୍ରଦେଶର ବାରାଣାସୀରେ ୪ ଦିନ ହେଲା ତୁହାକୁ ତୁହା ବର୍ଷା କାଚୁଛି ଯେ କ୍ଷଣିକ ରହିବାର ନାଁ ନେଉନାହିଁ । ବର୍ଷା କାରଣରୁ ଲୋକେ ନାହିନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ଏଭଳି ସ୍ଥିତିରେ ରାସ୍ତା ଉପରକୁ ଚାଲିଆସିଛନ୍ତି ନଦୀ ଏବଂ ପୋଖରୀର ସବୁ ମାଛ ।
ବର୍ଷା ଯୋଗୁଁ ୪ ଦିନ ହେଲା ବାରାଣାସୀର ନଦୀ ଏବଂ ପୋଖରୀ ଓଭର୍ ଫ୍ଲୋ ହେଉଛି ଯାହାର ପାଣି ସଡ଼କକୁ ଆସୁଛି । ପୋଖରୀ ପାଣି ସହ ମାଛ ମଧ୍ୟ ରାସ୍ତା ଉପରକୁ ଚାଲିଆସିଛନ୍ତି । ଆଉ ରଙ୍ଗବେରଙ୍ଗର ଏହି ସବୁ ମାଛକୁ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ବଢିଯାଇଛି । ସ୍ଥାନୀୟ ଲୋକଙ୍କ କହିବାନୁସାରେ , ନଗର ନିଗମ ଏବଂ ପ୍ରଶାସନର ଦାୟିତ୍ୱହୀନତା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଲୋକଙ୍କ ଅଭିଯୋଗ ରହିଛି ଯେ ସଫେଇ ଉପରେ ଧ୍ୟାନ ଦିଆଯାଉନି କି ମାଛଙ୍କ ସ୍ଥାନାନ୍ତରଣ ବ୍ୟବସ୍ଥା ମଧ୍ୟ କିଛି କରାଯାଉନାହିଁ । ଆପଣଙ୍କୁ କହିରଖୁଛୁ ଉତ୍ତର ଭାରତରେ ଲଗାଣ ବର୍ଷା କାରଣରୁ ବନ୍ୟା ଭଳି ପରିସ୍ଥିତି ଉପୁଜିଛି । ଉତ୍ତରପ୍ରଦେଶ ଏବଂ ବିହାର ଭଳି କିଛି ସ୍ଥାନରେ ୪ ଦିନ ହେଲା ବର୍ଷା କାଚୁଛି । ଏହି ପ୍ରାକୃତିକ ବିପତ୍ତି କାରଣରୁ ବିହାରରେ ଏବେ ପର୍ଯ୍ୟନ୍ତ ୨୯ ଜଣ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/09/FISH-1.jpg)
/kanak/media/post_attachments/wp-content/uploads/2019/09/vlcsnap-00004_093019103251-300x222.jpg)
/kanak/media/post_attachments/wp-content/uploads/2019/09/vlcsnap-00008_093019103251-300x222.jpg)