କନକ ବ୍ୟୁରୋ : ଉତ୍ତରପ୍ରଦେଶର ଇଟାବା ଦେଇ ଯାଉଥିବା ଶତାବ୍ଦୀ ଏକ୍ସପ୍ରେସରେ ଜଣେ ବୃଦ୍ଧ ଯାତ୍ରୀଙ୍କୁ ଦୁର୍ବ୍ୟବହାର କରାଯାଇଛି । ତାଙ୍କ ପାଖରେ ଟ୍ରେନ ଟିକଟ ଥିଲେ ବି ଟ୍ରେନରେ ଚଢ଼ିବାକୁ ଦିଆଯାଇନଥିଲା । ରେଳ ସୁରକ୍ଷା ବଳ ଓ ଟ୍ରେନ ଆଟେଣ୍ଡାଂଟ ତାଙ୍କୁ ଟ୍ରେନରେ ଯିବାକୁ ଦେଇନଥିଲେ । ଏହାର କାରଣ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ବ୍ୟକ୍ତି ଜଣକ ଚପଲ ଓ ଧୋତି ପିନ୍ଧିଥିବାରୁ ତାଙ୍କୁ ଟ୍ରେନରେ ଯିବାକୁ ଦିଆଯାଇନଥିବାର ସେ ଅଭିଯୋଗ କରିଛନ୍ତି । ମିଳିଥିବା ସୂଚନା ମୁତାବକ ବାବା ରାମଅବଧ ଦାସ ନାମକ ୭୨ ବର୍ଷୀୟ ବୃଦ୍ଧ ବ୍ୟକ୍ତି ଇଟାବାରୁ ଗାଜିଆବାଦ ଯିବା ପାଇଁ ଟିକଟ କରିଥିଲେ । ଟ୍ରେନର ସି-୨ କୋଚରେ ତାଙ୍କର ୭୨ ନମ୍ବର ସିଟ କନଫର୍ମ ହୋଇଥିଲା ।
ରେଳ ବିଭାଗ କର୍ମଚାରୀଙ୍କ ଅଭାବନୀୟ କାଣ୍ଡ! ଧୋତି ପିନ୍ଧିଥିଲେ ଯାତ୍ରୀ, ଟ୍ରେନକୁ ଚଢିବା ପାଇଁ ଦେଲେ ନାହିଁ ରେଳ କର୍ମଚାରୀ
/kanak/media/post_attachments/wp-content/uploads/2019/07/5_6_4796931_835x547-m-750x430.jpg)