କନକ ବ୍ୟୁରୋ : ଉତ୍ତରପ୍ରଦେଶର ଇଟାବା ଦେଇ ଯାଉଥିବା ଶତାବ୍ଦୀ ଏକ୍ସପ୍ରେସରେ ଜଣେ ବୃଦ୍ଧ ଯାତ୍ରୀଙ୍କୁ ଦୁର୍ବ୍ୟବହାର କରାଯାଇଛି । ତାଙ୍କ ପାଖରେ ଟ୍ରେନ ଟିକଟ ଥିଲେ ବି ଟ୍ରେନରେ ଚଢ଼ିବାକୁ ଦିଆଯାଇନଥିଲା । ରେଳ ସୁରକ୍ଷା ବଳ ଓ ଟ୍ରେନ ଆଟେଣ୍ଡାଂଟ ତାଙ୍କୁ ଟ୍ରେନରେ ଯିବାକୁ ଦେଇନଥିଲେ । ଏହାର କାରଣ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ବ୍ୟକ୍ତି ଜଣକ ଚପଲ ଓ ଧୋତି ପିନ୍ଧିଥିବାରୁ ତାଙ୍କୁ ଟ୍ରେନରେ ଯିବାକୁ ଦିଆଯାଇନଥିବାର ସେ ଅଭିଯୋଗ କରିଛନ୍ତି । ମିଳିଥିବା ସୂଚନା ମୁତାବକ ବାବା ରାମଅବଧ ଦାସ ନାମକ ୭୨ ବର୍ଷୀୟ ବୃଦ୍ଧ ବ୍ୟକ୍ତି ଇଟାବାରୁ ଗାଜିଆବାଦ ଯିବା ପାଇଁ ଟିକଟ କରିଥିଲେ । ଟ୍ରେନର ସି-୨ କୋଚରେ ତାଙ୍କର ୭୨ ନମ୍ବର ସିଟ କନଫର୍ମ ହୋଇଥିଲା ।
Advertisment
publive-imageଟ୍ରେନ ଷ୍ଟେସନକୁ ଆସିବା ମାତ୍ରେ ସେ ଟ୍ରେନରେ ଚଢ଼ିବାକୁ ଉଦ୍ୟତ ହେବାମାତ୍ରେ ସୁରକ୍ଷାକର୍ମୀ ତାଙ୍କୁ ମନା କରିଦେଇଥିଲେ । ଆଉ ଟ୍ରେନ ସମୟ ହୋଇଯାଇଥିବାରୁ ଟ୍ରେନରେ ଚଢ଼ିପାରିନଥିଲେ । ଏହାକୁ ନେଇ ସେ ଷ୍ଟେସନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବା ସହ ରେଳ ମନ୍ତ୍ରୀଙ୍କୁ ଜଣାଇବେ ବୋଲି କହିଛନ୍ତି ।