କନକ ବ୍ୟୁରୋ: ନିର୍ବାଚନ ଯେତିକି ପାଖେଇ ଆସୁଛି ଉତ୍ତର ପ୍ରଦେଶରେ ନେତାଙ୍କ ମଧ୍ୟରେ ବୟାନବାଜି ସେତିକି ତେଜିବାରେ ଲାଗିଛି । ଓପିନିୟନ୍ ପୋଲ ଅନୁଯାୟୀ, ୟୁପିରେ ମୁଖ୍ୟତଃ ବିଜେପି ଏବଂ ସମାଜବାଦୀ ପାର୍ଟି ମଧ୍ୟରେ ଲଢେଇ ହେବ । ବିଜେପି ଶୁକ୍ରବାର ଆଉ ୯୧ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଏଥର ବିଜେପି ଜାତୀୟ ସୁରକ୍ଷା, ଗୁଣ୍ଡାରାଜକୁ ଅସ୍ତ୍ର କରି ନିର୍ବାଚନ ମଇଦାନକୁ ଓହ୍ଲାଇଛି । ବିଜେପି ନେତା ଜଗଦମ୍ବିକା ପାଲ କହିଛନ୍ତି, ପୂର୍ବ ସରକାରରେ ରାଜ୍ୟରେ ଗୁଣ୍ଡାରାଜ ଚାଲୁଥିଲା । ଅଯୋଧ୍ୟା ଏବଂ ବିଭିନ୍ନ ସ୍ଥାନରେ ଆତଙ୍କବାଦୀମାନେ ବୋମା ବିସ୍ଫୋରଣ କରୁଥିଲେ, ଦଙ୍ଗା ହେଉଥିଲା, ଯାହା ଏବେ ବନ୍ଦ ହୋଇଯାଇଛି । ଲୋକେ କେବେ ବି ସେଭଳି ଦଳକୁ ପୁଣି ଥରେ ସରକାରକୁ ଆସିବାକୁ ଦେବେନାହିଁ ।
ଏପଟେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଏବଂ ବେରୋଜଗାରୀକୁ ପ୍ରସଙ୍ଗ କରି ମଇଦାନକୁ ଓହ୍ଲାଇଛି ସମାଜବାଦୀ ପାର୍ଟି । ଦଳିତ, ଜାଟ୍ ଏବଂ ଅନ୍ୟ ସମ୍ପ୍ରଦାୟର ଭୋଟ ହାତେଇବାକୁ ମଧ୍ୟ ଦଳ ଚେଷ୍ଟା ଜାରି ରଖିଛି । ସମାଜବାଦୀ ନେତା ଆମିକ୍ୟୁ ଜମେଇ କହିଛନ୍ତିି, ନିର୍ବାଚନ ପରେ ସମାଜବାଦୀ ପାର୍ଟି ପ୍ରଥମ କ୍ୟାବିନେଟ୍ ବୈଠକରେ ୨୫ ଲକ୍ଷ ଯୁବକଙ୍କୁ ଆଇଟି ସେକ୍ଟର ନିଯୁକ୍ତି ଦେବାର କାର୍ଯ୍ୟ କରିବ । ଜାଟ୍ ସମାଜ ସହ ଅମିତ୍ ଶାହଙ୍କ ବୈଠକକୁ ନେଇ ସେ କହିଛନ୍ତି ଅମିତ ଶାହଙ୍କ ବିଭାଜନ ରାଜନୀତିକୁ ଲୋକେ କେବେବି ପ୍ରଶୟ ଦେବେ ନାହିଁ । ବିଜେପିର ଡିଏନଏ ଆଣ୍ଟି ଏସସି,ଏସ୍ଟି, ଦଳିତ ବୋଲି ସେ କହିଛନ୍ତି ।
ଉତ୍ତରପ୍ରଦେଶ ନିର୍ବାଚନକୁ ଆଉ ଦୁଇ ସପ୍ତାହରୁ କମ୍ ସମୟ ରହିଥିବା ବେଳେ ବିଜେପି, ସମାଜବାଦୀ ପାର୍ଟି ସହ କଂଗ୍ରେସ ଏବଂ ବିଏସ୍ପି ମଧ୍ୟ ସରକାରକୁ ଆସିବେ ବୋଲି କହୁଛନ୍ତି । ସବୁ ଦଳ ଏବେ ସଂଖ୍ୟାଲଘୁ ସମ୍ପ୍ରଦାୟର ଭୋଟ ହାତେଇବାକୁ ଚେଷ୍ଟା ଜାରି ରଖିଛନ୍ତି । ଏପରି ସ୍ଥଳେ ଭୋଟରମାନେ ପୁଣି ଥରେ ବିଜେପିକୁ ସୁଯୋଗ ଦେବେ ନାଁ ଆଉ କିଏ ସରକାର ଗଢିବ ତାହା ଆଗାମୀ ଦିନରେ ଜଣାପଡିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2022/01/BJP-SP.jpg)