ଉତ୍ତର ପ୍ରଦେଶ ବିଜେପି ଦୁଇଫାଳ । ଦୁଇ ଉପ ମୁଖ୍ୟମନ୍ତ୍ରୀଙ୍କ ପରେ ଯୋଗୀଙ୍କୁ ୬ ବିଧାୟକଙ୍କ ଚ୍ୟାଲେଞ୍ଜ

Advertisment
ଉତ୍ତର ପ୍ରଦେଶ ବିଜେପି ଦୁଇଫାଳ । ଦୁଇ ଉପ ମୁଖ୍ୟମନ୍ତ୍ରୀଙ୍କ ପରେ ଯୋଗୀଙ୍କୁ ୬ ବିଧାୟକଙ୍କ ଚ୍ୟାଲେଞ୍ଜ

କନକ ବ୍ୟୁରୋ : ଉତ୍ତର ପ୍ରଦେଶରେ ବିଜେପି କନ୍ଦଳ ଦିନକୁ ଦିନ ଉଗ୍ର ରୂପ ନେବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲଗାତର ଦଳୀୟ ବିଧାୟକ ଓ ଦଳର ବରିଷ୍ଠ ନେତାଙ୍କୁ ମନାଇବାକୁ ଚେଷ୍ଟା କରୁଥିଲେ ବି ସୁଫଳ ମିଳୁନାହିଁ । ପାର୍ଟି ସିଧାସଳଖ ଦୁଇଭାଗରେ ବିଭକ୍ତ ହେବାରେ ଲାଗିଛି । ପ୍ରଥମେ ଉପ ମୁଖ୍ୟମନ୍ତ୍ରୀ କେଶପ ପ୍ରସାଦ ମୌର୍ଯ୍ୟ ଓ ବ୍ରଜେଶ ପାଠକ ଖୋଲାଖୋଲି ଯୋଗୀଙ୍କ ବିରୋଧରେ ସ୍ୱରଉର୍ତ୍ତୋଳନ କରିଥିବା ବେଳେ ଏବେ ୬ ଜଣ ବିଜେପି ବିଧାୟକ ଯୋଗୀଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି ।

ଲୋକସଭା ନିର୍ବାଚନରେ ଉତ୍ତର ପ୍ରଦେଶରେ ବିଜେପିର ଖରାପ ପ୍ରଦର୍ଶନ ପରେ ଲଗାତର ବିଜେପିର ଭିତିରି କନ୍ଦଳ ଗଣମାଧ୍ୟମରେ ପ୍ରକାଶ ପାଇବାରେ ଲାଗିଛି । ଜଣେ ପରେ ବିଧାୟକ ଖୋଲାଖୋଲି ଭାବେ ପାର୍ଟିର ନୀତିକୁ ବିରୋଧ କରିବା ସହ ସରକାରଙ୍କ ଉପରେ ପ୍ରଶ୍ନ ଉଠାଉଛନ୍ତି । ଏହି ବିଧାୟକମାନଙ୍କ ସଂଖ୍ୟା ପ୍ରତିଦିନ ବଢିବାରେ ଲାଗିଛି ।

ଜୌନପୁର ବିଧାୟକ ରମେଶ ଚନ୍ଦ୍ର ମିଶ୍ରା, ଗୋରଖପୁର ବିଧାୟକ ଫତେହ ବାହାଦୂର ସିଂ, ଚୌରିଚୌରା ବିଧାୟକ ସରବଣ କୁମାର ନିଷାଦ, ଗାଜିଆବାଦ ବିଧାୟକ ନନ୍ଦ କିଶୋର ଗୁର୍ଜର, ମିର୍ଜାପୁର ବିଧାୟକ ରତ୍ନାକର ମିଶ୍ରା, ବିଜେପି ଏମଏଲସି ଦେବେନ୍ଦ୍ର ପ୍ରସାଦ ସିଂ ଯୋଗୀଙ୍କ ବିରୋଧରେ ମୋର୍ଚ୍ଚା ଖୋଲି ସାରିଛନ୍ତି ।

କେବଳ ବିଜେପିର ବିଧାୟକ ନୁହଁନ୍ତି ଅନ୍ୟ ବରିଷ୍ଠ ନେତାମାନେ ମଧ୍ୟ ପ୍ରଶାସନିକ ଅଧିକାରୀଙ୍କ କାର୍ଯ୍ୟକୁ ପ୍ରଶ୍ନ ଉଠାଉଛନ୍ତି । ପୂର୍ବତନ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ମୋତି ସିଂ ଏହା ବି କହିଛନ୍ତି କି, ତାଙ୍କ ୪୨ ବର୍ଷ ରାଜନୀତି ଭିତରେ ସେ ଥାନା ଓ ତହସିଲରେ ଏଭଳି ଭ୍ରଷ୍ଟାଚାର ଦେଖିନାହାଁନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe