ପୋଲିସ୍ ପୋଷାକରେ ଗୁଣ୍ଡା ! ଯୁବକଙ୍କୁ ବେଲ୍ଟରେ ପିଟି ଜୋତା ତଳେ ନାକ ରଗଡାଇଲେ,ଭିଡିଓ ହେଲା ଭାଇରାଲ୍ ।

33

ଉତ୍ତରପ୍ରଦେଶ ପୋଲିସ୍ ବିଭାଗ ଉପରେ ପୁଣିଥରେ ଦାଗ ଲାଗିଛି । ଉତ୍ତରପ୍ରଦେଶ ମେନପୁରୀ ଅଞ୍ଚଳର ଜଣେ ପୋଲିସ୍ ଅଧିକାରୀ ଜଣେ ଯୁବକଙ୍କୁ ନିର୍ମମ ଭାବେ ବେଲ୍ଟରେ ପିଟୁଥିବା ଏବଂ ଯୁବକଙ୍କ ନାକକୁ ତାଙ୍କ ଜୋତା ତଳେ ରଗଡିବାକୁ କହୁଛନ୍ତି । ଯୁବକ ଜଣକ ମଧ୍ୟ ପୋଲିସ୍ ବାବୁଙ୍କ କଥାରେ ତାଙ୍କ ନାକକୁ ତଳେ ରଗଡିବାକୁ ବାଧ୍ୟ ହୋଇଛନ୍ତି । ଏହି ଭିଡିଓଟି ଏବେ ଖୁବ୍ ଜୋରରେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଖବର ମୁତାବକ ୟୁପି ସୁଲତାନପୁର ଗାଁର ସୁଧୀର ନାମକ ଜଣେ ଯୁବକ ଟଙ୍କା ବିବାଦରେ ପାଖ ଗାଁର ଜଣେ ଲୋକଙ୍କ ପାଖକୁ ଟଙ୍କା ମାଗିବା ପାଇଁ ଯାଇଥିଲେ । କିନ୍ତୁ ଟଙ୍କା ଦେବା ବଦଳରେ ଆରୋପି ଥାନାଧିକାରୀଙ୍କୁ ଖବର ଦେଇଥିଲେ । ବିଜେନ୍ଦ୍ର ଶୁକ୍ଳା ନାମକ ଜଣେ ପୋଲିସ୍ ଅଧିକାରୀ ଆସି ସୁଧୀରଙ୍କୁ ପିଟିବା ଆରମ୍ଭ କରିଦେଇଥିଲେ । କିଛି ବୁଝିବା ପୂର୍ବରୁ ସୁଧୀରଙ୍କ ଉପରେ ବର୍ଷିଥିଲେ ପୋଲିସ୍ ବାବୁ । ମାଡରୁ ବର୍ତ୍ତିବା ପାଇଁ ନିଜ ଜୀବନକୁ ବଞ୍ଚାଇ ସୁଧୀର କ୍ଷେତ ଆଡକୁ ଧାଇଁଗଲେ । କିନ୍ତୁ ପୋଲିସ୍ ବାକୁ ତାଙ୍କ ପଛରେ ଗୋଡାଇ ବେଲ୍ଟରେ ପିଟିଥିଲେ ଏବଂ ତାଙ୍କ ପାଦ ତଳେ ନାକ ରଗଡିବାକୁ କହିଥିଲେ । ଯୁବକ ମଧ୍ୟ ମାଡରୁ ତ୍ରାହି ପାଇବା ପାଇଁ ନାକୁ ଜୋତା ତଳେ ରଗଡିଥିଲେ । ଏଭଳି ଏକ ଭିଡିଓକୁ କିଏ ଏବଂ କେତେବେଳେ ଉତ୍ତୋଳନ କରିଛନ୍ତି ତାହା ଜଣାପଡିନାହିଁ କିନ୍ତୁ ଭିଡିଓ ଭାଇରାଲ୍ ହେବାପରେ ଉକ୍ତ ପୋଲିସ୍ ଅଧିକାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଉଅଛି ।