ନିକଟରେ ଉତ୍ତରପ୍ରଦେଶରେ ଏକ ଏଭଳି ଘଟଣା ଘଟିଛି ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସ୍ୱାମୀ ନିଜ ପତ୍ନୀ ଏବଂ ପୁଅକୁ ନେଇ ବାଇକରେ ଯାଉଥିବା ବେଳେ ଏକ ବ୍ରେକର ଆସିଥିଲା । ବ୍ରେକରଟି ଏତେ ଜୋରରେ ବାଜିଥିଲା ଯାହା ଫଳରେ ପଛରେ ବସିଥିବା ମହିଳା ଜଣକ ତଳେ ପଡି ଯାଇଥିଲେ ଏବଂ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । କିନ୍ତୁ ବାଇକରେ ବସିଥିବା ସ୍ୱାମୀଙ୍କୁ ସ୍ତ୍ରୀଙ୍କ ଅନୁପସ୍ଥିତିର ଆଭାସ ହୋଇନଥିଲା ଏବଂ ସେ ଗାଡି ଚଲାଇ ଆଗକୁ ଚାଲିଯାଇଥିଲେ । ଭାଗ୍ୟବଶତଃ ପଛରେ ଆସୁଥିବା ୟୁପି ପୋଲିସ୍ ଗାଡି ଆଘାତ ମହିଳାଙ୍କ କଥା ଶୁଣି ତାଙ୍କୁ ସାଙ୍ଗରେ ନେଇ ୫ କି.ମି. ପର୍ଯ୍ୟନ୍ତ ଯାଇଥିଲେ ।
ୟୁପି ପୋଲିସ୍ ର ସହାୟତାରେ ଆହତ ପତ୍ନୀଙ୍କୁ ସ୍ୱାମୀଙ୍କ ପାଖରେ ପହଂଚି ପାରିଥିଲେ । ଏହି ଘଟଣାକୁ ୟୁପିର ଆଇପିଏସ୍ ଅଧିକାରୀ ନବନୀତ୍ ଶିକେରା ଏକ ପୋଷ୍ଟ୍ ଜରିଆରେ ସୋସିଆଲ୍ ମିଡିଆରେ ପୋଷ୍ଟ୍ କରିଥିଲେ । ସେ ନିଜ ପେଜ୍ ରେ ଲେଖିଥିଲେ ୭ ଜନ୍ମର ବନ୍ଧନକୁ ବ୍ରେକର୍ ଭାଙ୍ଗିବାକୁ ଚେଷ୍ଟା କରିଥିଲା କିନ୍ତୁ ୟୁପି ପୋଲିସ୍ ମଝିରେ ଆସି ଏହି ସମ୍ପର୍କକୁ ପୁନଶ୍ଚ ଯୋଡିଦେଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/04/Capture-3.jpg)