ସଫେଇ କର୍ମଚାରୀଙ୍କ ମୃତ୍ୟୁ ଘଟଣା, ପରିବାରକୁ ଭେଟିବାକୁ ଗଲାବେଳେ ପ୍ରିୟଙ୍କାଙ୍କୁ ହେପାଜତକୁ ନେଲା ପୋଲିସ

Advertisment
ସଫେଇ କର୍ମଚାରୀଙ୍କ ମୃତ୍ୟୁ ଘଟଣା, ପରିବାରକୁ ଭେଟିବାକୁ ଗଲାବେଳେ ପ୍ରିୟଙ୍କାଙ୍କୁ ହେପାଜତକୁ ନେଲା ପୋଲିସ

କନକ ବ୍ୟୁରୋ : ୟୁପିର ଆଗ୍ରାରେ ପୋଲିସ ହେପାଜତରେ ଜଣେ ସଫେଇ କର୍ମଚାରୀଙ୍କ ମୃତ୍ୟୁକୁ ନେଇ ପୁଣି ୟୁପି ରାଜନୀତି ସରଗରମ ହୋଇଛି । ମୃତ ଯୁବକଙ୍କ ପରିବାରକୁ ଭେଟିବାକୁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଯିବା ବେଳେ ଆଗ୍ରା ଠାରେ ପୋଲିସ ପ୍ରିୟଙ୍କାଙ୍କୁ ହେପାଜତକୁ ନେଇଛି ।

କହିରଖୁ କି ଅରୁଣ କୁମାର ନାମରେ ଜଣେ ସଫେଇ କର୍ମଚାରୀଙ୍କୁ ପୋଲିସ କଷ୍ଟଡି ଭିତରେ ପିଟି ପିଟି ମାରିଦେଇଥିବା ଅଭିଯୋଗ ହୋଇଛି । ବାଲ୍ମୀକି ସମାଜର ଯୁବକ ଅରୁଣଙ୍କୁ ପୋଲିସ ଚୋରୀ ଅଭିଯୋଗରେ ଗିରଫ କରିଥିଲା । ଆସନ୍ତା ବର୍ଷ ୟୁପିରେ ବିଧାନସଭା ନିର୍ବାଚନ ଥିବାରୁ ଏହାକୁ ନେଇ ବିରୋଧୀମାନେ ହୋହାଲ୍ଲା କରିଛନ୍ତି ।

ଅନ୍ୟପଟେ ପ୍ରିୟଙ୍କା ଗାନ୍ଧୀଙ୍କୁ ପୋଲିସ ଅଟକାଇବା ପରେ ପ୍ରିୟଙ୍କା କହିଛନ୍ତି କି “ଶାସକଙ୍କ ଚାପରେ ପୋଲିସର ସ୍ଥିତି ଏଭଳି ହୋଇଯାଇଛି କି,ନିଜେ କିଛି କହିବାର କ୍ଷମତା ପୋଲିସ ହରାଇଛି, ସେମାନଙ୍କ ଅଧିକାରୀ ବି ଜାଣିଛନ୍ତି ଏଭଳି ଅଟକ ରଖିବା ବେଆଇନ କିନ୍ତୁ ସବୁ ସ୍ଥାନରେ ଧାରା ୧୪୪ର ଆଳ ଦେଖାଇ ପୋଲିସ ନିଜେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରୁଛି ”

କେବଳ ସେତିକି ନୁହେଁ, ଏହା ପୂର୍ବରୁ ବି ପ୍ରିୟଙ୍କା ଗାନ୍ଧୀ ଟ୍ୱିଟ କରି କହିଥିଲେ କି “ଅରୁଣ ବାଲ୍ମୀକିଙ୍କ ମୃତ୍ୟୁ ପୋଲିସ ହେପାଜତରେ ହୋଇଛି । ତାଙ୍କ ପରିବାର ନ୍ୟାୟ ମାଗୁଛି, ମୁଁ ସେମାନଙ୍କ ପରିବାରକୁ ଭେଟିବାକୁ ଚାହୁଁଛି, ହେଲେ କେଉଁ ଭୟରେ ୟୁପି ସରକାର ମୋତେ ସେଠାକୁ ଯିବାକୁ ଦେଉ ନାହିଁ ?”

ଜାତୀୟ ଗଣମାଧ୍ୟମକୁ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି କି ସେ ପୀଡିତ ପରିବାର ସହ କିଛି ଦୁଖ ବାଣ୍ଟିବାକୁ ଆଗ୍ରା ଯିବାକୁ ଚାହୁଁଛନ୍ତି । ହେଲେ ବିରୋଧୀ ନେତାଙ୍କ ଅଗ୍ରଗତିକୁ ଡରି ସରକାର ଆମକୁ ସେଠାକୁ ଯିବାକୁ ଦେଉ ନାହାଁନ୍ତି ।
କହିରଖୁ କି ସେହି ଉତ୍ତରପ୍ରଦେଶର ଖେରି ଠାରେ ହୋଇଥିବା ହିଂସକ ଘଟଣାରେ ମୃତ ଚାଷୀଙ୍କ ପରିବାରକୁ ଭେଟିବାକୁ ଯିବା ବେଳେ ପ୍ରିୟଙ୍କାଙ୍କୁ ବି ପୋଲିସ ହେପାଜତକୁ ନେଇଥିଲା । ଏହାକୁ ନେଇ ସେତେବେଳେ ରାଜନୈତିକ ମାହୋଲ ବେସ୍ ସରଗରମ ହୋଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe