କନକ ବ୍ୟୁରୋ: ‘ମହୋଦୟ ପୁଲିସ ଚାକିରୀ କରିଥିବା ପୁଅଙ୍କୁ ଝିଅ ମିଳିବା ମୁସ୍କିଲ ହେଲାଣି । ହେଲେ ଭାରି କଷ୍ଟରେ ଏହି ପ୍ରସ୍ତାବ ମିଳିଛି । ମୋର ବିବାହ ବୟସ ବି ଶେଷ ପର୍ଯ୍ୟାୟରେ । କହିବାର ଅର୍ଥ, ଶ୍ରୀମାନଙ୍କୁ ଅନୁରୋଧ, ପ୍ରର୍ଥୀକୁ ୫ ଦିନର ଆକସ୍ମିତ ଅବକାଶ ପ୍ରଦାନ କରିବାର କୃପା କରନ୍ତୁ । ମହୋଦୟଙ୍କର ଅଶେଷ କୃପା ହେବ’ । ଉତ୍ତରପ୍ରଦେଶର ଜଣେ କନଷ୍ଟେବଳ ତାଙ୍କ ଊପରିସ୍ଥ ଅଧିକାରୀଙ୍କୁ ଲେଖିଥିବା ଏହି ଛୁଟି ଆବେଦନ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

Advertisment

ୟୁପି ଫରୁଖାବାଦର ଜଣେ ସିପାହୀଙ୍କ ଛୁଟି ଦରଖାସ୍ତ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି ।  ସିପାହୀ ରାଘବ ଚତୁର୍ବେଦୀ ପୁଲିସ ବିଭାଗରେ ଗତ ୩ ବର୍ଷ ହେଲାଣି କାର୍ଯ୍ୟରତ । ତାଙ୍କୁ ଏତେ ଛୁଟି ମିଳେ ନାହିଁ । କିନ୍ତୁ ବାହାଘର ପାଇଁ ଝିଅ ଦେଖିବାକୁ ଯିବାକୁ ନିଜ ଉପରିସ୍ଥ ଅଧିକାରୀ ସିଟିସିଓଙ୍କୁ ସବୁ ସତକଥା ଜଣେ  ଛୁଟି ଆବେଦନ କରିଛନ୍ତି । ଏହି ଦରଖାସ୍ତ ପଢିବା ପରେ ସିଟିସିଓ ତାଙ୍କ ଛୁଟି ମଞ୍ଚ