ଯୋଗୀ ଆଦିତ୍ୟନାଥ ହେଲେ ‘କଳିଯୁଗୀ ଅବତାର’ ! ଏକ ସଙ୍ଗେ ପ୍ରଭୁ ଶ୍ରୀରାମ ଏବଂ ଯୋଗୀ ଆଦିତ୍ୟନାଥଙ୍କ ଲାଗିଲା ଫଟୋ ।

78

ଉତ୍ତରପ୍ରଦେଶ ନବନିର୍ମାଣ ସେନା ତରଫରୁ ଆଗ୍ରାରେ ବଡ ବଡ ହୋଡିଙ୍ଗ୍ ଲାଗିଛି । ହୋଡିଙ୍ଗ୍ ରେ କୁହାଯାଇଛି କି ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ‘କଳିଯୁଗୀ ଅବତାର’ । ପୋଷ୍ଟରର ଗୋଟିଏ ପଟେ ଯୋଗୀ ଆଦିତ୍ୟନାଥଙ୍କ ଫଟୋ ଥିବାବେଳେ ଅନ୍ୟପଟେ ଶ୍ରୀରାମଙ୍କ ଚିତ୍ର ରହିଛି । ଫଟୋ ମଝିରେ ଲେଖା ହୋଇଛି କି ଫେଜାବାଦ୍ କୁ ହଟାଇ ପ୍ରଭୁ ଶ୍ରୀରାମଙ୍କୁ ତାଙ୍କ ଅଯୋଧ୍ୟା ଲେଉଟାଇ ଥିବା ଯୋଗୀ ଜୀ ମଧ୍ୟ କଳିଯୁଗର ଅବତାରୀ ଅଟନ୍ତି । ଏହାସହ ଯୋଗୀଙ୍କ ଫଟୋ ତଳେ ଲେଖାଯାଇଛି ସ୍ମରଣୀୟ,ସଦ୍ୟ ବନ୍ଦନୀୟ,ପରମପୂଜ୍ୟ ମହନ୍ତ ଯୋଗୀ ଆଦିତ୍ୟନାଥ ମହାରାଜ । ତେବେ ଏହି ହୋଡିଙ୍ଗ୍ ର ତଳେ ଉତ୍ତରପ୍ରଦେଶ ନବନିର୍ମାଣ ସେନାର ନାଁ ରହିଛି । ନବନିର୍ମାଣ ସେନା ମୁଖ୍ୟଙ୍କ କହିବାନୁସାରେ ଯୋଗୀ ହିନ୍ଦୁତ୍ୱର ବ୍ରାଣ୍ଡ ଆଇକନ୍ ଅଟନ୍ତି ଏବଂ ପ୍ରଧାନମନ୍ତ୍ରୀ ପଦ ପାଇଁ ଉପଯୁକ୍ତ ଅଟନ୍ତି ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଥିଲେ ଯେ ଅଯୋଧ୍ୟାରେ ରାମ ମନ୍ଦିରର ସ୍ଥାପନା କେବଳ ଆମେ ହିଁ କରିବୁ , ଏହାକୁ ଅନ୍ୟ କେହି କରିପାରିବେ ନାହିଁ । ସିଏମ୍ ମୋଦି ଏହି କଥା ଯୁବା କୁମ୍ଭରେ କହିଥିଲେ । ସେ କହିଥିଲେ ଭାରତ ରାଜନୈତିକ ସ୍ତରରେ ଭିନ୍ନ ହୋଇଥିଲେ ମଧ୍ୟ ଏହାର ଗୋଟିଏ ସଂସ୍କୃତି ହେଉଛି ହିନ୍ଦୁ ସଂସ୍କୃତି । ଏହା ଉପରେ ଆମ ସମସ୍ତଙ୍କୁ ଗର୍ବ ହେବା ଦରକାର ।