କନକ ବ୍ୟୁରୋ: କରୋନା ନେଲା ମନ୍ତ୍ରୀଙ୍କ ଜୀବନ । ଉତରପ୍ରଦେଶ କ୍ୟାବିନେଟ୍ ମନ୍ତ୍ରୀ କମଲା ରାଣୀ ବରୁଣଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହୋଇଛି । ସେ ଲଖନୌର ପିଜିଆଇ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ । ଗତ ଜୁଲାଇ ୧୮ ତାରିଖରୁ କରୋନା ସଂକ୍ରମଣ ଚିହ୍ନଟ ହେବା ପର ଠାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି । ଉତରପ୍ରଦେଶ କ୍ୟାବିନେଟରେ ସେ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ଥିଲେ ।
କମଲା ବରୁଣଙ୍କ ଏପରି ଅକାଳ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଅମର ଆତ୍ମାର ସଦଗତି କାମନା କରିବା ସହ କମଲା ବରୁଣଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । କମଲା ବରୁଣଙ୍କ ଏପରି ଅକାଳ ବିୟୋଗ ଉତରପ୍ରଦେଶ ରାଜନୀତିରେ ଶୋକର ଛାୟା ଖେଳାଇ ଦେଇଛି । ରାଜ୍ୟ ରାଜନୀତି ପାଇଁ ଏହା ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/08/22.jpg)
/kanak/media/post_attachments/wp-content/uploads/2020/08/whatsapp-image-2020-08-02-at-10-1596343850.jpeg)