ଆଜ୍ଞା ହଁ , ଆଇ’ବ୍ରୋ ସେଭ କରିବା ଯୋଗୁଁ ଜଣେ ମହିଳାଙ୍କୁ ତଲାକ ଦେଇଛନ୍ତି ତାଙ୍କ ସ୍ବାମୀ ।

Kanak News is now on WhatsApp
Join and get latest news updates delivered to you via WhatsApp
ମୋଦୀ ସରକାର ମୁସଲିମ ମହିଳାମାନଙ୍କର ସ୍ବାଭିମାନ ସମ୍ମାନ ପାଇଁ ଟ୍ରିପଲ ତଲାକ ନିୟମରେ ଏକ ବଡ଼ ସଂଶୋଧନ କରିଛନ୍ତି କିନ୍ତୁ ଆଜି ବି ଏହି ନିୟମକୁ ଟିକେ ବି ଖାତିର କରୁନାହାନ୍ତି କିଛିଲୋକ । ପୂର୍ବପରି ଫୋନରେ ହେଉ କି ହ୍ଵାଟସଆପରେ ହେଉ ତିନିଥର ତଲାକ ଉଚାରଣ କରି ମୁସଲିମ ମହିଳାମାନଙ୍କର ମୋଲିକ ଅଧିକାରକୁ କ୍ଷୁର୍ଣ କରୁଛନ୍ତି କିଛି ବ୍ୟକ୍ତି ।
ଆଇ ବ୍ରୋ ପାଇଁ ତିନି ତଲାକ
ଏହିପରି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶର କାନପୁର ସହରରେ । ପୀଡ଼ିତାଙ୍କ ପତି ସାଉଦି ଅରବରେ ରୁହନ୍ତି । ଗତ ଦିନ ସେ ପୀଡ଼ିତାଙ୍କୁ ଭିଡିଓ କଲ କରିଥିଲେ । ନିଜ ସ୍ତ୍ରୀ ଆଇ ବ୍ରୋ ସେଭ କରିଥିବାର ଦେଖିବାକୁ ପାଇ ସେ ଅତ୍ୟନ୍ତ ରାଗିଯାଇଥିଲେ । ଏବଂ ନିଜର ହିତାହିତ ଜ୍ଞାନ ଭୁଲି ସେହି ଭିଡିଓ କଲ ମାଧ୍ୟମରେ ହିଁ ନିଜ ସ୍ତ୍ରୀଙ୍କୁ ତିନିଥର ତଲାକ ତଲାକ ତଲାକ କହି ଛାଡପତ୍ର ଦେଇଦେଲେ । ତିନି ତଲାକ ଦିଆଯିବାପରେ ପୀଡ଼ିତା ଜଣକ ପୋଲିସ କମିଶନରଙ୍କ ପାଖରେ ଅଭିଯୋଗ କରିଥିଲେ । ଏହାପରେ କମିଶନର ନିଜେ ଘଟଣାର ଯାଞ୍ଚ ପାଇଁ ଅଧିକାରୀଙ୍କୁ ଆଦେଶ ଦେଇଛନ୍ତି ।
ମୁଁ ମନା କଲାପରେ ମଧ୍ୟ ତାର କେମିତି ସାହସ ହେଲା ?
ଆଇ ବ୍ରୋ ବନେଇବାକୁ କାନପୁରର କୁଲି ବଜାର ନିବାସୀ ପୀଡିତା ମହିଳା ଜଣଙ୍କ କହିଛନ୍ତି ଯେ ସେ ଗତ ବର୍ଷ ପ୍ରୟାଗର ବାସିନ୍ଦା ସଲିମଙ୍କୁ ବିବାହ କରିଥିଲେ । ସଲିମ ସାଉଦି ଆରବରେ ଡ୍ରାଇଭର ଭାବରେ କାମ କରନ୍ତି । ତାଙ୍କର ଜଣେ ସମ୍ପର୍କୀୟଙ୍କ ବିବାହରେ ଯୋଗଦେବାକୁ ସେ ଗତ ୪ ତାରିଖରେ ଯାଇଥିଲେ । ଏହି ସମୟରେ ସଲିମ ସାଉଦିରୁ ଭିଡିଓ କଲ କରିଥିଲେ । ଭିଡିଓ କଲ୍ ରେ କଥାବାର୍ତ୍ତା କରୁଥିବାବେଳେ ସଲିମ ଦେଖିଲେ ଯେ ତାଙ୍କ ପତ୍ନୀ ଆଇ ବ୍ରୋ ସେଭ କରିଛନ୍ତି । ଏହା ଦେଖି ସେ ଅତ୍ୟନ୍ତ ରାଗିଯାଇଥିଲେ । ଏବଂ ସେହି ଭିଡିଓ କଲରେ ତାଙ୍କୁ ଗାଳି ଦେଇ କହିଲେ ‘ତମର ସାହସ କେମିତି ହେଲା ଆଇ ବ୍ରୋ ବନେଇବାକୁ ?
ସାଉଦିରେ ବସି ଟ୍ରିପଲ୍ ତାଲାକ୍ ଦେଇଦେଲେ
ତା’ପରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା । ମହିଳା ଜଣକ କହିଛନ୍ତି ଯେ ସେ ତାଙ୍କ ଆଇ ବ୍ରୋ ସେଭ କରିନାହାନ୍ତି କିନ୍ତୁ ତାଙ୍କ ସ୍ବାମୀ ମାନ୍ୟବାକୁ ନାରାଜ । ସ୍ବାମୀ ରାଗିଯାଇ ସେଇ ଭିଡିଓ କଲରେ ହିଁ ତାଙ୍କୁ ତଲାକ ତଲାକ ତଲାକ କହି ଛାଡପତ୍ର ଦେଇଦେଲେ । ଏତିକି କହି ସେ ଫୋନ କଟିଦେଇଥିଲେ ।
ବାପଘରେ ରହିବାକୁ ବାଧ୍ୟ ହେଲେ ପୀଡ଼ିତା
ପୀଡିତାଙ୍କ ମା କହିଛନ୍ତି ଯେ ତାଙ୍କ ଝିଅର ବିବାହ ବହୁତ ଧୂମଧାମରେ କରାଯାଇଥିଲା । ବିବାହର ମାତ୍ର ତିନିମାସ ପରେ ଝିଅର ସ୍ୱାମୀ ସଲିମ ଚାକିରି ପାଇଁ ସାଉଦି ଆରବ ଚାଲି ଯାଇଥିଲେ । ଏହା ପରେ ଶାଶୁ ତାଙ୍କ ଝିଅକୁ ହଇରାଣ କରିବାକୁ ଲାଗିଲେ। ସେ କହିଛନ୍ତି ଯେ ତାଙ୍କ ପିତାଙ୍କ ମୃତ୍ୟୁ ପରେ ମଧ୍ୟ ତାଙ୍କ ଶାଶୁ ତାଙ୍କୁ କାର ମାଗି ହଇରାଣ କରିବା ଆରମ୍ଭ କରିଥିଲେ। ଏହି କାରଣରୁ ତାଙ୍କ ଝିଅ ବାପଘରେ ଆସି ରହୁଛୁ ।