ନୂଆ ଟ୍ରାଫିକ ନିୟମ ପରେ ତ୍ରାହି ତ୍ରାହି ଡାକିଲେଣି ଲୋକେ । କାରରେ ହେଲମେଟ ପିନ୍ଧିନଥିବାରୁ କଟିଲା ଚାଲାଣ

843

କନକ ବ୍ୟୁରୋ : ନୂଆ ମୋଟରଯାନ ଆଇନ ଲାଗୁ ହେବା ପରେ ଦେଶର ବିଭିନ୍ନ କୋଣରୁ ଆଦାୟ ହେଉଥିବା ଜରିମାନାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଜଣେ ସ୍କୁଟି ଚାଳକ ୨୩,୦୦୦ଟଙ୍କା ଦେବା ହେଉ ବା ଜଣେ ଟ୍ରକ୍ ଚାଳକ ୫୯,୦୦୦ଟଙ୍କା ଦେବା ହେଉ ବା ଜଣେ ଅଟୋ ଚାଳକ ୫୨ ହଜାର ଟଙ୍କାର ଫାଇନ ଦେବା ହେଉ । ଏ ସବୁ ଖବର ଲୋକଙ୍କ ନିଦ ହଜାଇ ଦେଇଛି । ତେବେ ଏ ସବୁ ମଧ୍ୟରେ ବରେଲିରୁ ଏକ ଅଜବ ଖବର ସାମ୍ନାକୁ ଆସିଛି । ଜଣେ କାର୍ ଚାଳକ ଗାଡ଼ି ଚଳାଉଥିବା ବେଳେ ହେଲମେଟ ନ ପିନ୍ଧିଥିବାରୁ ତାଙ୍କର ଚାଲାଣ କଟାଯାଇଥିବା ଭଳି ଅଜବ ଖବର ସାମ୍ନାକୁ ଆସିବା ପରେ ଲୋକେ ଚର୍ଚ୍ଚା କରିବା ଆରମ୍ଭ କରିଛନ୍ତି ।

ଖବରଟି ବିଶ୍ୱାସ କରିବାକୁ କଷ୍ଟ ହେଉଥିଲେ ମଧ୍ୟ ସତ । କାରରେ ହେଲମେଟ ପିନ୍ଧି ନଥିବାରୁ ଚାଳକଙ୍କ ୫୦୦ଟଙ୍କାର ଚାଲାଣ କଟିଥିଲା ବୋଲି ଜଣା ପଡ଼ିଛି । ଚାଳକଙ୍କ ନାଁ ଅନିଜ୍ ନରୁଲା ବୋଲି ଜଣା ପଡ଼ିଥିବା ବେଳେ ଅନଲାଇନରେ ତାଙ୍କୁ ଚାଲାଣ କଟିଥିବାର ମେସେଜ୍ ମିଳିଥିଲା । ତେବେ ଏଭଳି ଅଜବ ମେସେଜ୍ ପାଇ ସେ ଟ୍ରାଫିକ ପୁଲିସ ଷ୍ଟେସନରେ ପହଞ୍ଚିଥିଲେ । ଏହା କିଭଳି ସମ୍ଭବ ବୋଲି ଅନିଜ୍ ପଚାରିବା ପରେ ସିଭିଲ୍ ପୁଲିସ ସିଟ୍ ବେଲଟ ସ୍ଥାନରେ ଭୁଲରେ ହେଲମେଟ ପାଇଁ ଚାଲାଣ କାଟି ଥାଇ ପାରନ୍ତି ବୋଲି କହିଥିଲେ ବରିଷ୍ଠ ପୁଲିସ ଅଧିକାରୀ ।