କନକ ବ୍ୟୁରୋ : ଉମେଶ ପାଲ ହତ୍ୟାକାଣ୍ଡର ଅଭିଯୁକ୍ତ ଅସଦ ଓ ଗୁଲାମର ଏନାକଉଁଣ୍ଟରର ଦୁଇଦିନ ପରେ ମାଫିଆ ଡନ୍ ଅତିକ୍ ଅହମ୍ମଦ ଓ ତାର ଭାଇ ଅଶରଫକୁ ବି ହତ୍ୟା କରାଯାଇଛି । ଦୁଇଜଣଙ୍କୁ ଏଭଳି ସମୟରେ ହତ୍ୟା କରାଯାଇଛି ଯେତେବେଳେ କି ସେମାନଙ୍କୁ ଚେକଅପ୍ ପାଇ ହସ୍ପିଟାଲ ନିଆଯାଉଥିଲା ।

Advertisment

ପ୍ରୟାଗରାଜ ମେଡିକାଲ କଲେଜ ସାମ୍ନାରେ ଆକ୍ରମଣକାରୀମାନେ ଅତିକ ଓ ଅସରଫକୁ ଗୁଳି କରିଥିଲେ । ଅତିକ ଓ ଅସରଫକୁ ହତ୍ୟା କରିଥିବା ଆକ୍ରମଣକାରୀମାନେ ଗୁଳି ମାରିବା ବେଳେ ଜୟ ଶ୍ରୀରାମ ନାରା ଲଗାଇଥିଲେ । ଏହାପରେ ପୋଲିସ ୩ଜଣ ଆକ୍ରମଣକାରୀଙ୍କୁ ଗିରଫ କରିଥିଲା । ଏବେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଅତିକ୍ ଅହମ୍ମଦ ଅପରାଧ ସାମ୍ରାଜ୍ୟର ୪୪ ବର୍ଷର କାହାଣୀ

ଅତିକ ଅହମ୍ମଦର ଅପରାଧୀକ ସାମ୍ରାଜ୍ୟ ୪୪ବର୍ଷ ତଳେ ଅର୍ଥାତ ୧୯୭୯ ମସିହାରେ ଆରମ୍ଭ ହୋଇଥିଲା । ସେହି ସମୟରେ ଆହ୍ଲାବାଦର ଚାକିଆ ମୋହଲ୍ଲାରେ ଫିରୋଜଙ୍କ ପରିବାର ରହୁଥିଲା   । ଏହି ସମୟରେ ଫିରୋଜର ପୁଅ ଅତିକ ମାଟ୍ରିକ ପରୀକ୍ଷାରେ ଫେଲ ହୋଇଯାଇଥିଲା । ଏହାପରେ ଅତିକ୍ ପାଠ ପଢାରୁ ଧ୍ୟାନ ହଟାଇ ଧନୀ ହେବାର ସ୍ୱପ୍ନ ଦେଖିବା ଆରମ୍ଭ କରିଥିଲା ଅତିକ୍ ।

ଅତିକୁ ଯେତେବେଳେ ୧୭ବର୍ଷ ବୟସ ହୋଇଥିଲା ସେତେବେଳେ ପ୍ରଥମଥର ପାଇଁ ତାଙ୍କ ଉପରେ ହତ୍ୟା ଅଭିଯୋଗ ଆସିଥିଲା । ସେହି ସମୟରେ ଆହ୍ଲାବାଦରେ ଚାନ୍ଦ ବାବାଙ୍କର ରାଜ୍ ଚାଲିଥିଲା । ପୋଲିସ ଓ ନେତା ଉଭୟ ଚାନ୍ଦ ବାବାଙ୍କ ଭୟରୁ ଲୋକଙ୍କୁ ମୁକ୍ତିଦେବାକୁ ଚାହୁଁଥିଲେ । ଏହି ସମୟରେ ନୂଆ ଚେହେରା ଭାବେ ଅତିକ୍ ବଜାରରେ ପରିଚିତ ହୋଇସାରିଥିଲା । ଏହାକୁ ନଜରରେ ରଖି ପୋଲିସ ଓ ନେତାମାନେ ଅତିକକୁ ଚାନ୍ଦ ବାବା ବିରୋଧରେ ମତାଇ ଦେଇଥିଲେ । ଏହାର କିଛିଦିନ ପରେ ଅତିକର ଅପରାଧୀକ ସାମ୍ରାଜ୍ୟ ଚାନ୍ଦ ବାବାଠାରୁ ଆହୁରି ବଢିଯାଇଥିଲା  ।

ଏହାପରେ ୧୯୯୫ ମସିହାରେ ଅତିକର ନାମ ଲକ୍ଷ୍ନୌ ଗେଷ୍ଟ ହାଉସ ମାମଲାରେ ସାମ୍ନାକୁ ଆସିଥିଲା । ଏଥିରେ ମାୟାବତୀଙ୍କ ଉପରେ ଆକ୍ରମଣ ହୋଇଥିଲା । ସଂପୃକ୍ତ ମାମଲାରେ ମାୟାବତୀ ଅନେକ ଅପରାଧୀଙ୍କୁ କ୍ଷମା କରିଦେଇଥିଲେ ବି ଅତିକ୍ ଅହମ୍ମଦକୁ କ୍ଷମା କରିନଥିଲେ । ମାୟାବତୀ କ୍ଷମତାକୁ ଆସିବା ପରେ ଅତିକ ଅହମ୍ମଦ ପାଇଁ ବିପଦ ବଢିଥିଲା । ମାୟାବତୀ ମୁଖ୍ୟମନ୍ତ୍ରୀ ହେବା ପରେ ଅତିକକୁ ଆଇନର ଜାଲରେ ଛନ୍ଦିଦେବା ସହ ତାଙ୍କର ବିଭିନ୍ନ ସମ୍ପତ୍ତି ଉପରେ ବୁଲଡୋଜର ଚଳାଇଥିଲେ । ଏଭଳି ଭାବେ ମାୟାବତୀ ଅତିକର ରାଜନୈତିକ କ୍ୟାରିଅର ସମାପ୍ତ କରିଦେଇଥିଲେ । ଏସବୁ ଭିତରେ ଅତିକ୍ ସମାଜବାଦୀ ପାର୍ଟିରେ ଯୋଗ ଦେଇଥିଲେ । ୨୦୦୪ ମସିହାରେ ସେ ଫୁଲପୁର ଲୋକସଭା ଆସନରୁ ସମାଜବାଦୀ ପାର୍ଟି ଟିକେଟରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ।