କନକ ବ୍ୟୁରୋ : ଉତ୍ତର ପ୍ରଦେଶରେ ଅବୈଦ୍ଧ ଭାବେ ପରିଚାଳିତ ହେଉଥିବା ମଦ୍ରାସା ମାମଲାରେ ଏସଆଇଟି ତା’ର ରିପୋର୍ଟ ରାଜ୍ୟ ସରକାରଙ୍କୁ ଦେଇଛନ୍ତି । ସୂତ୍ର ସୂଚନା ମୁତାବକ ଏହି ରିପୋର୍ଟରେ ୧୩ ହଜାର ଅବୈଦ୍ଧ ମଦ୍ରାସାକୁ ବନ୍ଦ କରିବାକୁ ସୁପାରିଶ କରାଯାଇଛି । ଏସଆଇଟି ଯାଂଚ ଓ ସୁପାରିଶ ପରେ ଏସବୁ ଅବୈଦ୍ଧ ମଦ୍ରାସା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଦ୍ରାସା ବୋର୍ଡ ପ୍ରସ୍ତୁତ ଆରମ୍ଭ କରିଦେଇଛି । ଏସଆଇଟି ରିପୋର୍ଟରେ ଯେଉଁ ମଦ୍ରାସାଗୁଡିକୁ ବନ୍ଦ କରିବାକୁ ସୁପାରିଶ କରାଯାଇଛି ତାହା ମଧ୍ୟରେ ଅଧିକାଂଶ ମଦ୍ରାସା ଭାରତ-ନେପାଳ ସୀମାରେ ଅବସ୍ଥିତ । ଏହାସହ ଏସଆଇଟି ତାର ରିପୋର୍ଟରେ କହିଛି କି ସର୍ବାଧିକ ମଦ୍ରାସାର ନିର୍ମାଣ ୨୦ ବର୍ଷ ଧରି ମୁସଲିମ୍ ଦେଶମାନଙ୍କ ଠାରୁ ମିଳୁଥିବା ଅର୍ଥରେ ନିର୍ମାଣ କରାଯାଇଛି ।

Advertisment

ଋିପୋର୍ଟକୁ ଆଧାର କରି ସୂତ୍ର ସୂଚନା ମୁତାବକ ଏସବୁ ମଦ୍ରାସାଗୁଡିକରେ ବିଶେଷ ଭାବେ ଶିଶୁମାନଙ୍କୁ ଶାରିରୀକ ଶୋଷଣ କରାଯାଇଛି । ତଦନ୍ତରୁ ଜଣାପଡିଛି କି, ଉତ୍ତର ପ୍ରଦେଶରେ ଥିବା ମୋଟ ୨୩ ହଜାର ମଦ୍ରାସା ମଧ୍ୟରୁ ୫ ହଜାର ମଦ୍ରାସା ପାଖରେ ଅସ୍ଥାୟୀ ମାନ୍ୟତା ରହିଛି । ଏହାସହ ଅନେକ ମାଦ୍ରାସାର ମାନ୍ୟତା ନବିକରଣ କରାଯାଇନାହିଁ । ମଦ୍ରାସାଗୁଡିକୁ ମୁସଲିମ୍ ଦେଶରୁ ଆର୍ଥିକ ସହାୟତା ମିଳୁଥିବା ଖବର ଆସିବା ପରେ ରାଜ୍ୟର ସମସ୍ତ ମଦ୍ରାସା ଉପରେ ଯାଂଚ କରିବାକୁ ସରକାର ଏକ ଏସଆଇଟି ଗଠନ କରିଥିଲେ ।