ନିକାହ ନିମନ୍ତ୍ରଣରେ ‘ଗଣେଶାୟ ନମଃ’! ମୁସଲିମଙ୍କ ବିବାହ କାର୍ଡରେ ହିନ୍ଦୁଙ୍କ ଆରାଧ୍ୟ ଦେବତା

74

ନିକାହର ନିମନ୍ତ୍ରଣରେ ‘ଗଣେଶାୟ ନମଃ’ ! ମୁସଲିମଙ୍କ ବିବାହ କାର୍ଡରେ ହିନ୍ଦୁଙ୍କ ଆରାଧ୍ୟ ଦେବତା । ହିନ୍ଦୁ ମୁସଲିମ ଭାଇଚାରର ଏହି ସନ୍ଦେଶ ଦେଇଛନ୍ତି ଦେଇଛନ୍ତି ଉତ୍ତର ପ୍ରଦେଶର ସିରାଜୁଦ୍ଦିନ୍ । ନିଜ ବିବାହକୁ ନେଇ ସିରାଜୁଦ୍ଦିନ୍ ସମଗ୍ର ଦେଶରେ ନା କେବଳ ଚର୍ଚ୍ଚିତ ହୋଇଛନ୍ତି ବରଂ ସୃଷ୍ଟି କରିଛନ୍ତି ଅନନ୍ୟ ଉଦାହରଣ  ।

ତେବେ କେବଳ ଗଣେଶଙ୍କ ଫଟୋ ନୁହେଁ ନିମନ୍ତ୍ରଣ ପତ୍ରରେ ରହିଛି କଳସ ଏବଂ ସ୍ୱସ୍ତିକ ଚିତ୍ର । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ହିନ୍ଦୁମାନଙ୍କ ବିବାହ ନିମନ୍ତ୍ରଣ ପତ୍ର ଭଳି ‘ମଙ୍ଗଲମ୍ ଭଗବାନ୍ ବିଷ୍ଣୁ : ମଙ୍ଗଲମ୍ ଗରୁଡଧ୍ୱଜ : ମଙ୍ଗଲମ୍ ପୁଣ୍ଡରୀକାକ୍ଷ ମଙ୍ଗଲାୟ ତନୋ ହରି’ ମଧ୍ୟ ଲେଖାଯାଇଛି ।

ସେପଟେ ପରିବାରର ସଦସ୍ୟ କୁହନ୍ତି ସେଠାରେ ରହୁଥିବା ସମସ୍ତ ହିନ୍ଦୁ ଏବଂ ମୁସଲିମ୍ ପରିବାର ମିଳିମିଶି ବିବାହ ଉତ୍ସବ ଉପଭୋଗ କରିଥାନ୍ତି । ଏହା ସହ ଉକ୍ତ ଗାଁରେ ହିନ୍ଦୁ ମାନଙ୍କ ସଂଖ୍ୟା ଅଧିକ ଥିବାରୁ ଏପରି ନିମନ୍ତ୍ରଣ ପତ୍ର ଉଭୟଙ୍କ ମଧ୍ୟ ଥିବା ସଂପର୍କକୁ ଅଧିକ ମଜଭୂତ କରେ ।