ସପା-କଂଗ୍ରେସ ମେଂଟକୁ ଚେକ ଦେବାକୁ ବିଜେପି କରୁଛି ରଣନୀତି । ଦଳିତ ଭୋଟ ଭରସାରେ ବିଏସପି

115

କନକ ବ୍ୟୁରୋ : ପାଖଉଛି ନିର୍ବାଚନ, ବଢୁଛି ତାତି । ୟୁପିରେ ଲୋକସଭା ର୍ନିବାଚନ ଲଢ଼େଇ ପାଇଁ ପ୍ରସ୍ତୁତ ହେଲାଣି ରଣକ୍ଷେତ୍ର । ରାଜନୈତିକ ଦଳ ଗୁଡ଼ିକ ଆରମ୍ଭ କଲେଣି ସମର ସଜ୍ଜା । ଏଥର ୟୁପିରେ ଦେଖିବାକୁ ମିଳିବ ତ୍ରିମୁଖୀ ଲଢ଼େଇ । ଗୋଟିଏ ପଟେ ବିଜେପି ସମସ୍ତ ୮୦ ଆସନ ଅକ୍ତିଆର ଲକ୍ଷରେ ଥିବା ବେଳେ କଂଗ୍ରେସ ଓ ସମାଜବାଦୀ ପାର୍ଟି ମଧ୍ୟରେ ହୋଇଛି ଆସନ ବୁଝାମଣା । ସପା ୬୩ ଓ କଂଗ୍ରେସ ୧୭ ଆସନରେ ଲଢ଼ିବା ଚୁକ୍ତିରେ ଉଭୟ ଦଳ ମଧ୍ୟରେ ମେଂଟ ହୋଇଛି । ସେପଟେ ଦୁର୍ବଳ ପଡ଼ିଥିବା ମାୟାବତୀଙ୍କ ବହୁଜନ ସମାଜ ପାର୍ଟି ନିର୍ବାଚନ ବୈତରଣୀ ପାର ପାଇଁ ଦଳିତଙ୍କ ଭୋଟକୁ ଭରସା କରିଛି । ଦେଶରେ କିଏ ଗଢ଼ିବ ସରକାର ତାହା ସର୍ବାଧିକ ୮୦ଟି ଲୋକସଭା ଆସନ ଥିବା ଏହି ରାଜ୍ୟର ର୍ନିବାଚନ ଫଳାଫଳ ଉପରେ ହିଁ ନିର୍ଭର କରେ । ତେଣୁ ଅଧିକରୁ ଅଧିକ ଆସନ ଜିତିବା ପାଇଁ କଳ, ବଳ, କୌଶଳ ଆପଣାଉଛନ୍ତି ରାଜନୈତିକ ଦଳ । ଏବେ ଦେଖିବା ୟୁପିରେ କାହାର ପାଖରେ ରହିଛି କେତେ ବଳ ?

ୟୁପିରେଏଥର ତ୍ରିମୁଖୀ ଲଢ଼େଇ
-ୟୁପିରେ ମୋଟ ୮୦ ଲୋକସଭା ଆସନ ରହିଛି
-ସମସ୍ତ ୮୦ ଆସନ ଲକ୍ଷ୍ୟରେ ବିଜେପି
-୨୦୧୯ରେ ବିଜେପି ସମର୍ଥିତ ଏନଡିଏକୁ ମିଳିଥିଲା ୬୪ଟି ଆସନ
-୨୦୧୪ରେ ୭୩ ଆସନ ଯାଇଥିଲା ଏନଡିଏ ଖାତାକୁ
-୨୦୨୨ ବିଧାନସଭାରେ ବିଜେପି ପାଇଥିଲା ଦଳିତଙ୍କ ସମର୍ଥନ
-ରାମ ମନ୍ଦିର ନିର୍ମାଣ ବିଜେପିକୁ ଦେଇପାରେ ସବୁଠୁ ଅଧିକ ଆସନ

କଂଗ୍ରେସ ଓ ସପା ମଧ୍ୟରେ ମେଂଟ
-ବିଜେପି ବିଜୟରେ ବ୍ରେକ୍ ଲଗାଇବାକୁ କଂଗ୍ରେସ-ସପା ମଧ୍ୟରେ ମେଂଟ
-୬୩ଟି ଆସନରେ ପ୍ରାର୍ଥୀ ଦେବ ସାମଜବାଦୀ ପାର୍ଟି
-୧୭ ଆସନରେ କଂଗ୍ରେସର ହେବ ଭାଗ୍ୟ ପରୀକ୍ଷା
-୨୦୧୯ରେ ସପାକୁ ୫ ଓ କଂଗ୍ରେସକୁ ମିଳିଥିଲା ଗୋଟିଏ ଆସନ
-୨୦୧୪ରେ ସପାକୁ ୫ ଓ କଂଗ୍ରେସ ଖାତାକୁ ଯାଇଥିଲା ୨ଟି ଆସନ

ଏକା ଲଢ଼ିବେ ମାୟାବତୀ
-୨୦୨୪ରେ ଏକା ନିର୍ବାଚନ ଲଢ଼ିବ ବହୁଜନ ସମାଜ ପାର୍ଟି
-୨୦୧୪ରେ ସପା-ବିଏସପି ମଧ୍ୟରେ ଭାଙ୍ଗିଥିଲା ମେଂଟ
-ମାୟାବତୀଙ୍କ ଦଳକୁ ମିଳି ନଥିଲା ଗୋଟିଏ ବି ଆସନ
-୨୦୧୯ରେ ୧୦ଟି ଆସନ ଜିତିଥିଲା ବିଏସପି
-୨୦୨୪ରେ ମେଂଟ ନେଇ ହୋଇପାରିଲାନି ବୁଝାମଣା

ୟୁପିରେ ରହିଛି ସର୍ବାଧିକ ୮୦ଟି ଲୋକସଭା ଆସନ । ଏହାର ଫଳାଫଳ ଉପରେ ନିର୍ଭର କରେ ଜାତୀୟ ରାଜନୈତିକ ସମୀକରଣ । ତେଣୁ ଅଧିକରୁ ଅଧିକ ଆସନ ଜିତିବା ଲକ୍ଷ୍ୟରେ ରଣନୀତି ପ୍ରସ୍ତୁତ କରୁଛନ୍ତି ସମସ୍ତ ରାଜନୈତିକ ଦଳ । ତେବେ ଏଥର ବିଜେପି, ବିଏସପି ଏବଂ କଂଗ୍ରେସ-ସପା ମେଂଟ ମଧ୍ୟରେ ଦେଖିବାକୁ ମିଳିବ ତ୍ରିମୁଖୀ ଲଢ଼େଇ ।