ଲଖିମପୁର ଚାଷୀ ମୃତ୍ୟୁ ମାମଲା: ଘଟଣାସ୍ଥଳରେ ଡେମୋ ଦେଖାଇଲେ ମନ୍ତ୍ରୀଙ୍କ ପୁଅ

Advertisment
ଲଖିମପୁର ଚାଷୀ ମୃତ୍ୟୁ ମାମଲା: ଘଟଣାସ୍ଥଳରେ ଡେମୋ ଦେଖାଇଲେ ମନ୍ତ୍ରୀଙ୍କ ପୁଅ
କନକ ବ୍ୟୁରୋ:  ଉତ୍ତରପ୍ରଦେଶ ଲଖିମପୁର ହିଂସା ଘଟଣାର ଚାଲିଛି ସିନ୍ ରିକ୍ରିଏସନ୍ । ଏହି ମାମଲାରେ ଗିରଫ ଅଭିଯୁକ୍ତ କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର, ଅଙ୍କିତ ଦାସ ଏବଂ ଡ୍ରାଇଭର ଘଟଣାସ୍ଥଳରେ ଉପସ୍ଥିତ ରହି  ସେଦିନ କେମିତି ଏହି ହିଂସାକାଣ୍ଡ ଘଟିଥିଲା ତାର ଡେମୋ ଦେଖାଇଛନ୍ତି । ପୁଲିସ ଏବେ ସେହି ସ୍ଥାନରେ ପହଁଚିଛି ଯେଉଁଠି ଚାଷୀଙ୍କ ଉପରକୁ କାର ମଡା ଯାଇଥିଲା । ସେଦିନ ଏହି ଘଟଣାରେ ମୋଟ୍ ୮ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ହିଂସାରେ  ଗୁରୁତର ହୋଇଥିବା ଜଣେ ସାମ୍ବାଦିକ ମଧ୍ୟ ପ୍ରାଣ ହରାଇଥିଲେ ।
ସୂଚନା ମୁତାବକ, ଗତ ୩ ତାରିଖରେ ଉତ୍ତର ପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ୟ୍ୟଙ୍କ ଗସ୍ତକୁ ବିରୋଧ କରି କୃଷକମାନେ ଆନ୍ଦୋଳନ ଚଳାଇଥିଲେ। ଆନ୍ଦୋଳନରତ କୃଷକଙ୍କ ଉପରେ ଏକ ଗାଡ଼ି ଚଢ଼ାଇ ଦିଆଯାଇଥିଲା। ସେହି ଗାଡ଼ିରେ ଆଶିଷ ମିଶ୍ର ଥିଲେ ବୋଲି ଥାନାରେ ଦିଆଯାଇଥିବା ଏତଲାରେ ଅଭିଯୋଗ କରାଯାଇଛି। କେନ୍ଦ୍ରମନ୍ତ୍ରୀ ଏବଂ ତାଙ୍କ ପୁଅ ଏହି ଅଭିଯୋଗକୁ ଅସ୍ବୀକାର କରିବା ପରେ ବିରୋଧୀ ଦଳ ଏବଂ ଚାଷୀ ସଂଗଠନଗୁଡ଼ିକ ସେମାନଙ୍କ ଗିରଫ ଦାବି କରିଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe