ମହାତ୍ମା ବୁଦ୍ଧ ନିର୍ବାଣସ୍ଥଳୀ କୁଶୀନଗରରେ ଦେଶର ପ୍ରଥମ କିନ୍ନର ବିଶ୍ୱବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନା ହୋଇଛି । ଏଠାରେ ସମସ୍ତ ଦେଶର କିନ୍ନର ବିଦ୍ୟାର୍ଥୀମାନଙ୍କୁ ପ୍ରଥମ ଶ୍ରେଣୀରୁ ଆରମ୍ଭ କରି ଉଚ୍ଚଶିକ୍ଷା ପ୍ରଦାନ କରାଯିବ। ୨୦୦ କୋଟି ଟଙ୍କା ବ୍ୟୟରେ ୫୦ ଏକରରେ ତିଆରି ହେବାକୁ ଯାଉଥିବା ଏହି ବିଶ୍ୱବିଦ୍ୟାଳୟରେ କିନ୍ନର ସମାଜ ପାଠ ପଢିବା ପାଇଁ ସାମିଲ ହୋଇଛନ୍ତି। ଟ୍ରଷ୍ଟର ଅଧ୍ୟକ୍ଷ ଡା. କୃଷ୍ଣ ମୋହନ ମିଶ୍ର ସାକ୍ଷାତକାର ମାଧ୍ୟମରେ କହିଛନ୍ତି, ଏହି ବିଶ୍ୱବିଦ୍ୟାଳୟ ତିଆରି କରିବାରେ ଦୁଇଶହ କୋଟି ଟଙ୍କା ଖର୍ଚ୍ଚ ହେବ ।/kanak/media/post_attachments/wp-content/uploads/2019/12/97a26e52490bb600a4eb3a6f8a4f5c84-300x194.jpg)
ଏହି ବିଶ୍ୱବିଦ୍ୟାଳୟ ତିଆରି କରିବାରେ କିନ୍ନର ସମାଜର ମହାମଣ୍ଡଳେଶ୍ୱର ଲକ୍ଷ୍ମୀ ନାରାୟଣ ତ୍ରିପାଠୀ, ସବନମ ମୌସୀଙ୍କ ସହିତ ଅନ୍ୟାନ୍ୟ ଲୋକମାନେ ପ୍ରସ୍ତୁତ କରିବାରେ ସହଯୋଗ କରିଛନ୍ତି। ଏହାପରେ ସେ ଏହି ବିଶ୍ୱବିଦ୍ୟାଳୟ ନିର୍ମାଣ କରିବା ପାଇଁ ନିଷ୍ପତି ନେଇଛନ୍ତି। ପ୍ରଥମ ସ୍ତରରେ ପ୍ରାଥମିକ ବିଦ୍ୟାଳୟ ଆରମ୍ଭ ହେବ। ପରେ କ୍ରମଶଃ ଜୁନିୟର ହାଇସ୍କୁଲ, ଇଣ୍ଟର କଲେଜ ଏବଂ ବିଶ୍ୱବିଦ୍ୟାଳୟ ସଂଚାଳିତ ହେବ । ସିବିଏସଇ ବୋର୍ଡ ପ୍ରଣାଳୀରେ ଏହାକୁ ପ୍ରଚଳନ କରାଯିବ । ଆସନ୍ତା ଅଧିବେଶନରେ ଏଠାରେ ପାଠପଢା ଆରମ୍ଭ ହେବ । ଡା. ମିଶ୍ରଙ୍କ କହିବାନୁଯାୟୀ, ଏଥିପାଇଁ ଆମେ ୨ଟି ପିଲା ମଧ୍ୟ ଖୋଜି ସାରିଛୁ, ଯାହାକୁ ପ୍ରଥମେ ଆଡମିଶନ ଦିଆଯିବ । ବର୍ତ୍ତମାନ ଏହି ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ ହୋଇସାରିଛି। ଭବନ ନିର୍ମାଣ ଆସନ୍ତା ଜାନୁଆରୀରୁ ଆରମ୍ଭ ହେବ । ଏହାପରେ ଆଡମିଶନ୍ ପକ୍ରିୟା ଆରମ୍ଭ ହେବ। /kanak/media/post_attachments/wp-content/uploads/2019/12/sdd-300x171.jpg)
ସୂଚନା ମୁତାବକ, ଏହି ବିଶ୍ୱବିଦ୍ୟାଳୟରେ ପ୍ରଥମ ଶ୍ରେୀଣୀରୁ ଆରମ୍ଭ କରି ପିଏଚଡି ଯାଏଁ ସମସ୍ତ ବିଷୟ ପଢିବାର ବ୍ୟବସ୍ଥା ହେବ । ଏହା ଭାରତରେ ଏଭଳି ଏକ ସଂସ୍ଥାନ ହେବ, ଯେଉଁଥିରେ କିନ୍ନର ସମାଜ ଉଚ୍ଚଶିକ୍ଷା ପ୍ରାପ୍ତ କରିପାରିବେ । ଏହି ଶିକ୍ଷାନୁଷ୍ଠାନ ତିଆରି କରିବା ପାଇଁ କେନ୍ଦ୍ର ସରକାର ମଧ୍ୟ ସାହାଯ୍ୟ କରିବା ପାଇଁ ଆଶ୍ୱାସନା ଦେଇଛନ୍ତି। ବର୍ଷ ୨୦୧୧ ର ଜନଗଣନା ଅନୁଯାୟୀ, ଦେଶରେ ପାଖାପାଖି ଅଢେଇ ଲକ୍ଷ କିନ୍ନର ରହିଛନ୍ତି। ଯେଉଁ ଛୋଟ ଶିଶୁକୁ ଲୋକମାନେ ଛାଡି ଚାଲିଯାଇଥାନ୍ତି, ତାଙ୍କୁ ଏଠାରେ ଶିକ୍ଷା ଦିଆଯିବ । ଯେଉଁମାନେ ବଡ ହୋଇସାରିଛନ୍ତି ସେମାନଙ୍କ ପାଇଁ ମଧ୍ୟ ଏଠାରେ ବ୍ୟବସ୍ଥା ରହିବ । ଏଥିପାଇଁ ଟୋଲ ଫ୍ରି ନମ୍ବରର ବ୍ୟବସ୍ଥା ହେବ । କେବଳ ଭାରତ ନୁହେଁ ବରଂ ଯେ କୌଣସି ସ୍ଥାନର କିନ୍ନରମାନେ ଏଠାରେ ଆଡମିଶନ୍ କରିପାରିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/12/trans759.jpg)