ଆହ୍ଲାବାଦ ହାଇକୋର୍ଟଙ୍କଠୁ ଜବାବ ମାଗିଲେ ସୁପ୍ରିମକୋର୍ଟ । କର୍ମକ୍ଷେତ୍ରରେ ଯୌନ ନିର୍ଯ୍ୟାତନା ଆଣି ଇଚ୍ଛା ମୃତ୍ୟୁ ମାଗିଥିଲେ ମହିଳା ବିଚାରପତି

177

କନକ ବ୍ୟୁରୋ : ଆହ୍ଲାବାଦ ହାଇକୋର୍ଟଙ୍କଠୁ ଜବାବ ମାଗିଲେ ସୁପ୍ରିମକୋର୍ଟ । ମହିଳା ବିଚାରପତିଙ୍କ ଅଭିଯୋଗ ଶୁଣିବା ପରେ ସୁପ୍ରିମକୋର୍ଟ ଏବେ ଜବାବ ମାଗିଛନ୍ତି । ନିକଟରେ ଆହ୍ଲାବାଦ ବାନ୍ଦା ଜିଲ୍ଲାର ମହିଳା ବିଚାରପତି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଡିୟାଇ ଚନ୍ଦ୍ରଚୂଡଙ୍କୁ ଚିଠି ଲେଖି ସଂଗୀନ ଅଭିଯୋଗ ଆଣିଥିଲେ । ଚିଠି ଲେଖି ଅଭିଯୋଗ କରିଛନ୍ତି ଯେ କର୍ମକ୍ଷେତ୍ରରେ ତାଙ୍କୁ ଜିଲ୍ଲା ଜଜ ଓ ତାଙ୍କର ଜଣେ ସହଯୋଗୀ ତାଙ୍କୁ ମାନସିକ ଏବଂ ଶାରୀରିକ ନିର୍ଯ୍ୟାତନା ଦେଇଥିଲେ । ନ୍ୟାୟ ନମିଳିବାରୁ ଏବେ ଇଚ୍ଛା ମୃତ୍ୟୁ ମାଗିଛନ୍ତି । ଅଭିଯୋଗ ପତ୍ରରେ ମହିଳା ବିଚାରପତି କହିଛନ୍ତି କି ସେ ହାଇକୋର୍ଟର ଆଭ୍ୟନ୍ତରୀଣ କମିଟିରେ ଅଭିଯୋଗ କରିଥିଲେ । ତେବେ ଗୁରୁତର ସହ ଏହାକୁ ଗ୍ରହଣ କରାଯାଇନଥିଲା । ବାରମ୍ବାର ଏପରି ଘଟଣା ଯୋଗୁଁ ସେ ମର୍ମାହତ । ପ୍ରତାଡିତ ହେବା ପରେ ହାଇକୋର୍ଟଙ୍କଠୁ ନେଇ ବିଭିନ୍ନ ବିଭାକୁ ପତ୍ରରେ ଅଭିଯୋଗ କରିଥିଲେ । ହଜାରରୁ ଅଧିକ ଇମେଲ ମଧ୍ୟ କରିଥିଲେ । ତଦନ୍ତ କମିଟି ଗଠନ ହୋଇଥିଲା ଓ ୩ମାସ ଭିତରେ ରିପୋର୍ଟ ଦେବାକୁ ନିଦ୍ଦାରଣ କରାଯାଇଥିଲା । ଏବେ ସୁଦ୍ଧା କୌଣସି ସମାଧାନ କରାଯାଇନି ଯାହା ତାଙ୍କୁ ବ୍ୟତିଥ କରିଛି । ଶୁଣାଣୀ ସମୟରେ ତାଙ୍କୁ କହିବାକୁ ସୁଯୋଗ ଦିଆଯାଉନି । ତାଙ୍କ ଅଭିଯୋଗକୁ ଖାରଜ କରାଯାଉଛି । ଏଥିସହ ସେ ଲେଖିଛନ୍ତି ଦୀର୍ଘବର୍ଷ ହେବ ସେ ଅନ୍ୟମାନଙ୍କୁ ନ୍ୟାୟ ଦେଉଛନ୍ତି କିନ୍ତୁ ନିଜେ ନ୍ୟାୟ ପାଇପାରୁନାହାଁନ୍ତି । ଅନ୍ୟକୁ ନ୍ୟାୟ ଦିଅନ୍ତି ବିଚାରପତି କିନ୍ତୁ ଯେତେବେଳେ ବିଚାରପତି ହିଁ ନିର୍ଯ୍ୟାତନାର ଶିକାର ହୋଇ ଇଚ୍ଛା ମୃତ୍ୟୁ ମାଗିବାକୁ ପଡେ । ନ୍ୟାୟ ନମିଳିବାରୁ ତାଙ୍କୁ ଶକ୍ତ ଧକ୍କା ଦେଇଛି । ତେଣୁ ଏବେ ସେ ଇଚ୍ଛାମୃତ୍ୟୁ ଚାହୁଁଥିବା ଚିଠିରେ କହିଛନ୍ତି । ଏଥିସହ ମହିଳା କର୍ମଜୀବିଙ୍କୁ ବାର୍ତା ଦେଇ କହିଛନ୍ତି କର୍ମକ୍ଷେତ୍ରରେ ଉତ୍ପଡୀନ ସହ ବଂଚିବା ଶିଖନ୍ତୁ । ମହିଳାଙ୍କ ଅଭିଯୋଗ କେହି ଶୁଣନ୍ତି ନାହିଁ ।