କନକ ବ୍ୟୁରୋ : ଉତ୍ତର ପ୍ରଦେଶ ପୋଲିସର ଏଡିଜି ପିଏସି ଭଜନୀରାମ ମୀଣା ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି । ଏଥର ମୀଣା ୟୁପିପିଏସିର ସମସ୍ତ କମାଣ୍ଡାଣ୍ଟ ଓ ଅଫିସରମାନଙ୍କୁ ଚିଠି ଲେଖି ଆଦେଶ ଦେଇଛନ୍ତି କି, ସମସ୍ତେ ନିଜ ନିଜ କାର୍ଯ୍ୟାଳୟରେ ତାଙ୍କର ଫଟୋ ଲଗାଇବାକୁ । କେବଳ ସେତିକି ନୁହେଁ ମୀଣା ତାଙ୍କ ଚିଠିରେ କେଉଁ ଆକାରର ଫଟୋ ଲାଗିବ ଓ ଏହି ଫଟୋ କେଉଁ ଦୋକାନରୁ ମିଳିବ ତାହା ସ୍ପଷ୍ଟଭାବେ ଉଲ୍ଲେଖ କରିଛନ୍ତି । ମୀଣାଙ୍କର ଏହି ଚିଠି ଏବେ ସୋସିଆଲ ମିଡିଆରେ ବେସ୍ ଭାଇରାଲ ହେବାରେ ଲାଗିଛି ।
୧୯୯୭ ବ୍ୟାଚର ଆଇପିଏସ ଭଜନୀ ରାମ ମୀଣା ବର୍ତମାନ ପିଏସି ପୂର୍ବ ଜୋନର ଏଡିଜି ଅଛନ୍ତି । ମୀଣା ଫେବୃଆରୀ ପହିଲା ଦିନ ନିଜ ଜୋନର ସମସ୍ତ ସୈନିକ ଓ କାନପୁର ବାରଣାସୀ ରେଞ୍ଜର ଡିଆଇଜି ପିଏସିଙ୍କୁ ଏକ ଚିଠି ଲେଖିଛନ୍ତି । ଏହି ଚିଠି ମାଧ୍ୟମରେ ମୀଣା କହିଛନ୍ତି କି ପ୍ରିୟ ସାଥୀମାନେ ମୁଁ ପଦୋନ୍ନତୀ ପାଇବା ପରେ ପୋଲିସ ଡ୍ରେସରେ ଥିବା ମୋର ଏକ ଫଟୋ ନୈନୀ ଫଟୋ ସର୍ଭିସରେ ଉପଲବ୍ଧ ହେଉଛି , ଯାହାକୁ ଆଣି ଆପଣମାନେ ନିଜ ନିଜ କାର୍ଯ୍ୟାଳୟରେ ଲଗାନ୍ତୁ । ଏହି ଫଟୋର ସାଇଜ ହେଉଛି ୮ ଇଂଚ ପ୍ରସ୍ତ ଓ ୧୦ ଇଂଚ ଲମ୍ବ । ଯେଉଁମାନେ ମୋ ଫଟୋ କିଣି କାର୍ଯ୍ୟାଳୟରେ ଲଗାଇବାକୁ ଚାହୁଁଛନ୍ତି ସେମାନେ ନୈନୀ ଫଟୋ ସର୍ଭିସ ୦୮ ହଲବସିଆ ମାର୍କେଟ ହଜରଗଞ୍ଜ ଲକ୍ଷ୍ନୌରୁ କିଣିପାରିବେ ।
ଏନେଇ କିଛି ଜାତୀୟ ଗଣମାଧ୍ୟମ ଭଜନୀ ରାମଙ୍କୁ ପ୍ରଶ୍ନ କରିବାରୁ ସେ କହିଛନ୍ତି କି ଏହି ଆଦେଶ କୌଣସି ଦୃଷ୍ଟିରୁ ଭୁଲ ନୁହେଁ , ଏହା ଏକ ପୁରୁଣା ପରମ୍ପରାକି କାର୍ଯ୍ୟାଳୟରେ ବରିଷ୍ଠ ଅଧିକାରୀଙ୍କ ଫଟୋ ଲଗାଇବା । ଅନ୍ୟପଟେ ଫଟୋ କିଣିବାକୁ ସରକାରୀ ଅର୍ଥ ଖର୍ଚ୍ଚ କରିବା ଆଇନ ବୋଲି ସେ କହିଛନ୍ତି ।
କହିରଖୁ କି ଭଜନ ରାମ ମୀଣା ସବୁବେଳେ ନିଜର କାର୍ଯ୍ୟଶୈଳୀକୁ ନେଇ ଚର୍ଚ୍ଚାରେ ଥାନ୍ତି । କିଛିଦିନ ପୂର୍ବରୁ ମୀଣା ଜଣେ ଅବସରପ୍ରାପ୍ତ ଅଧିକାରୀଙ୍କ ଝିଅକୁ ଅଧରାତିରେ ଫୋନ କରୁଥିବା ନେଇ ଅଭିଯୋଗ ହୋଇଥିଲା । ଏନେଇ ଯାଂଚ କମିଟି ଏବେ ମୀଣାକୁ କ୍ଲିନଚିଟ୍ ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/15-6.jpg)