ବିହାର ଆଶ୍ରୟସ୍ଥଳୀ ଦୁଷ୍କର୍ମ ପରେ ଉତ୍ତରପ୍ରଦେଶର ଦେଓରିଆରେ ସମାନ ଢଙ୍ଗରେ ନାବାଳିକାଙ୍କୁ କରାଯାଇଛି ଦୁଷ୍କର୍ମ : ଖବର ପାଇ ୨୪ଜଣଙ୍କୁ ଉଦ୍ଧାର କଲା ସ୍ଥାନୀୟ ପୋଲିସ

ବିହାର ଆଶ୍ରୟସ୍ଥଳୀ ଦୁଷ୍କର୍ମ ପରେ ଉତ୍ତରପ୍ରଦେଶର ଦେଓରିଆରେ ସମାନ ଢଙ୍ଗରେ ନାବାଳିକାଙ୍କୁ କରାଯାଇଛି ଦୁଷ୍କର୍ମ : ଖବର ପାଇ ୨୪ଜଣଙ୍କୁ ଉଦ୍ଧାର କଲା ସ୍ଥାନୀୟ ପୋଲିସ

source : India Today

କନକ ବ୍ୟୁରୋ : ଦେଶରେ ଥମିବାରେ ନା ନେଉ ନାହିଁ ଦୁଷ୍କର୍ମ ମାମଲା । ପ୍ରତ୍ୟେକ ଦିନ ଏପରି ଖବର ଗଣମାଧ୍ୟମରେ ପୃଷ୍ଠ ମଣ୍ଡନ କରୁଛି । ତେବେ ବିହାର ଆଶ୍ରୟସ୍ଥଳୀ ଘଟଣାପରେ ଏବେ ଉତ୍ତର ପ୍ରଦେଶରେ ବିହାର ମୁଜାଫରପୁର ନାବାଳିକା ଦୁଷ୍କର୍ମ ଘଟଣାର ପୁନରାବୃତ୍ତି ଘଟିଛି। ମିଳିଥିବା ସୂଚନା ଅନୁସାରେ ୟୁପିରେ ମଧ୍ୟ ସମାନ ଢଙ୍ଗରେ ଏକ ଆଶ୍ରୟସ୍ଥଳରେ ନାବାଳିକାମାନଙ୍କୁ ବାରମ୍ବାର ଦୁଷ୍କର୍ମ କରାଯାଇଛି। ରାଜ୍ୟର ଦେଓରିଆ ଜିଲ୍ଲାରେ ଥିବା ଏକ ଆଶ୍ରୟସ୍ଥଳରେ ଏଭଳି ଘଟଣା ଘଟିଛି। ଘଟଣାରେ ପୁଲିସ ୨୪ ନାବାଳିକାଙ୍କୁ ଉଦ୍ଧାର କରିଛି। ପୁଲିସ ସୂତ୍ରରୁ ଜଣାପଡ଼ିଛି ଯେ ବାସଗୃହ ଯୋଗାଇଦେବା ନାଁରେ ନାବାଳିକାମାନଙ୍କୁ ଉଭୟ ଶାରୀରିକ ଏବଂ ମାନସିକ ନିର୍ଯ୍ୟାତନା ଦିଆଯାଉଥିଲା । ତେବେ ଆଶ୍ରୟସ୍ଥଳର ମାଲିକ ନିରୀହ ନାବାଳିକାମାନଙ୍କୁ ନେଇ ସେକ୍ସ ରାକେଟ ଚଲାଇଥିବା ମଧ୍ୟ ଜଣାପଡ଼ିଛି। ପୋଲିସ ଏନେଇ ଗତକାଲି ଆଶ୍ରୟସ୍ଥଳରେ ଚଢ଼ାଉ କରି ଏହାର ମାଲିକ ତଥା ନିର୍ଦ୍ଦେଶିକା ଗିରିଜା ତ୍ରିପାଠୀ ଏବଂ ତାଙ୍କ ସ୍ୱାମୀ ମୋହନ ତ୍ରିପାଠୀଙ୍କୁ ଗିରଫ କରିଛି।

publive-imageତେବେ କୈାଣସି ମତେ ଆଶ୍ରୟସ୍ଥଳର ଜଣେ ୧୦ ବର୍ଷୀୟା ନାବାଳିକା ଗତକାଲି ରାତିରେ କୌଶଳ କ୍ରମେ ସେଠାରୁ ଖସିଯାଇ ପୁଲିସ ପାଖରେ ପହଞ୍ଚି ସବୁକଥା କହିଥିଲା। ଫଳରେ ଘଟଣାର ପର୍ଦ୍ଦାଫାସ ହୋଇଛି। ପୁଲିସ ଗତକାଲି ରାତିରେ ଆଶ୍ରୟସ୍ଥଳରେ ଚଢ଼ାଉ କରିଥିଲା। ଆଶ୍ରୟସ୍ଥଳ ରେଜିଷ୍ଟରରୁ ଜଣାପଡ଼ିଛି ଯେ ସେଠାରେ ୧୫ରୁ ୧୮ ବର୍ଷ ମଧ୍ୟରେ ୪୨ ଜଣ ନାବାଳିକା ରହୁଥିଲେ। କିନ୍ତୁ ପୁଲିସ ୨୪ ଜଣଙ୍କୁ ଉଦ୍ଧାର କରିଛି। ଆହୁରି ୧୮ ଜଣ ନାବାଳିକା ଏଯାବତ୍ ନିଖୋଜ୍ ଅଛନ୍ତି। ଆଶ୍ରୟସ୍ଥଳ ଏବେ ବନ୍ଦ କରିଦିଆଯାଇଛି ଏବଂ ନାବାଳିକାଙ୍କୁ ଡାକ୍ତରୀମାଇନା ପାଇଁ ପଠାଯାଇଛି। ମାଜିଷ୍ଟ୍ରେଟଙ୍କ ପାଖରେ ସେମାନଙ୍କ ବୟାନ ରେକର୍ଡ କରାଯିବ ବୋଲି ଏଡିଜି ଆନନ୍ଦ କୁମାର କହିଛନ୍ତି।

publive-imageମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବେ ଘଟଣାସ୍ଥଳକୁ ଏକ ଉଚ୍ଚ ସ୍ତରୀୟ ତଦନ୍ତକାରୀ ଦଳ ପଠାଇଛନ୍ତି ଏବଂ ଶୀଘ୍ର ଏନେଇ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷେ ଦେଓରିଆ ଜିଲ୍ଲା ମାଜିଷ୍ଟ୍ରେଟ୍ ସୁଜିତ କୁମାର ଆଶ୍ରୟସ୍ଥଳ ମାଲିକ ବିରୋଧରେ ଉଚିତ୍ କାର୍ଯ୍ୟାନୁଷ୍ଠାନ ନେଇ ନଥିବାରୁ ତାଙ୍କୁ ବହିଷ୍କାର କରିବାପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe