ଏଣିକି ହେଲିକପ୍ଟରରେ ପର୍ଯ୍ୟଟନ କ୍ଷେତ୍ର ବୁଲିବେ ପର୍ଯ୍ୟଟକ । ସରକାର ଯୋଗାଇଦେବେ ହେଲିକପ୍ଟର ଟ୍ୟାକ୍ସି ସେବା

310

କନକ ବ୍ୟୁରୋ : ଏଣିକି ପର୍ଯ୍ୟଟକମାନେ ହେଲିକପ୍ଟରେ ପର୍ଯ୍ୟଟନ କ୍ଷେତ୍ର ବୁଲିବାର ମଜା ନେଇପାରିବେ । ବୁଲିବା ପାଇଁ ଟ୍ରେନ୍ ବସ୍ କିମ୍ବା ଟ୍ୟାକ୍ସି ପାଇଁ ଅପେକ୍ଷା କରିବାକୁ ପଡିବନି । ହେଲିକପ୍ଟର ଟ୍ୟାକ୍ସି ଯୋଗେ ପର୍ଯ୍ୟଟନ କ୍ଷେତ୍ର ବେସ୍ ଆରମରେ ବୁଲିପାରିବେ ପର୍ଯ୍ୟଟକ । ତେବେ କେଉଁଠି ଏଭଳି ସେବା ଆରମ୍ଭ ହେଉଛି ଆସନ୍ତୁ ଜାଣିବା
ଉତ୍ତରପ୍ରଦେଶ ସରକାର ରାଜ୍ୟରେ ଟୁରିଷ୍ଟ ପ୍ଲେସକୁ ହେଲିକପ୍ଟର ଟ୍ୟାକ୍ସି ସେବା ଯୋଗାଇଦେବା ପାଇଁ ପ୍ରସ୍ତୁତି ଜୋରଦାର କରିଦେଇଛନ୍ତି । ଏହାପରେ ଖୁବ୍ ଶୀଘ୍ର ଆଗରା ଏବଂ ମଥୁରା ମଧ୍ୟରେ ହେଲିକପ୍ଟର ସେବା ମିଳିପାରିବ । ୟୁପି ସରକାର ମଥୁରା ଏବଂ ଆଗ୍ରାରେ ହେଲିପୋର୍ଟ ନିର୍ମାଣ ପାଇଁ ଟେଣ୍ଡର ଡାକିଛନ୍ତି । ୟୁପି ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତି ଅନୁସାରେ, ହେଲିପୋର୍ଟର ନିର୍ମାଣ ପିପିପି (ପବଲିକ୍ ପ୍ରାଇଭେଟ୍ ପାଟନରସିପ୍) ଆଧାରରେ କରାଯିବ ।
ତେବେ ଏହି ହେଲିକପ୍ଟର ଟ୍ୟାକ୍ସି ସେବା ଆରମ୍ଭ ହେଲେ ପର୍ଯ୍ୟଟକମାନେ ଅନେକ ମାତ୍ରାରେ ଉପକୃତ ହୋଇପାରିବେ । ବିଦେଶରୁ ଆସୁଥିବା ପର୍ଯ୍ୟଟକ ଟ୍ୟାକ୍ସି, ଅଟୋ ରିକ୍ସା ପାଇଁ ଅପେକ୍ଷା କରିବେ ନାହିଁ । କିମ୍ବା କୌଣସି ପ୍ରକାରର ଠକାମୀପ ଶିକାର ହେବେ ନାହିଁ । ସବୁଠୁ ବଡକଥା ହେଉଛି ଅତି ସହଜରେ ଖୁବ୍ ଶୀଘ୍ର ଗୋଟିଏ ସ୍ଥାନରୁ ଆଉ ଏକ ସ୍ଥାନକୁ ଯାଇପାରିବେ ପର୍ଯ୍ୟଟକ