ଦୁଇରୁ ଅଧିକ ସନ୍ତାନ ଥିଲେ ମିଳିବନି ସରକାରୀ ଚାକିରି । ୟୁପି ସରକାରଙ୍କ ନୂଆ ଜନସଂଖ୍ୟା ନିୟନ୍ତ୍ରଣ ବିଲକୁ ନେଇ ବିତର୍କ ଆରମ୍ଭ ।

Advertisment
ଦୁଇରୁ ଅଧିକ ସନ୍ତାନ ଥିଲେ ମିଳିବନି ସରକାରୀ ଚାକିରି । ୟୁପି ସରକାରଙ୍କ ନୂଆ ଜନସଂଖ୍ୟା ନିୟନ୍ତ୍ରଣ ବିଲକୁ ନେଇ ବିତର୍କ ଆରମ୍ଭ ।

କନକ ବ୍ୟୁରୋ: ୨୦୨୨ରେ ନିର୍ବାଚନକୁ ଯାଉଥିବା ଉତ୍ତରପ୍ରଦେଶରେ ପ୍ରସ୍ତୁତ ହୋଇଛି ନୂଆ ଜନସଂଖ୍ୟା ନିୟନ୍ତ୍ରଣ ବିଲ । ଆଉ ଏହାର ଡ୍ରାଫ୍ଟ ଅନୁସାରେ...
- ଦୁଇରୁ ଅଧିକ ସନ୍ତାନ ଥିଲେ ଜଣେ ସ୍ଥାନୀୟ ନିର୍ବାଚନ ଲଢିପାରିବ ନାହିଁ
- ସରକାରୀ ଚାକିରି ପାଇଁ ଆବେଦନ ଉପରେ ମଧ୍ୟ ରୋକ୍ ଲାଗିଛି
- ଯଦି ସରକାରୀ ଚାକିରି କରୁଛନ୍ତି ତେବେ ପଦୋନ୍ନତି ମିଳିବନି
- ସରକାର ଯୋଗାଉଥିବା ସବସିଡିରୁ ମଧ୍ୟ ବ୍ୟକ୍ତି ବଞ୍ଚିତ ହେବେ

ଉତ୍ତରପ୍ରଦେଶ ପପୁଲେସନ ବିଲ୍ ୨୦୨୧ରେ ଏସବୁ ବ୍ୟବସ୍ଥା ଥିବା କଥା କହିଛନ୍ତି ଉତ୍ତରପ୍ରଦେଶ ଆଇନ୍ କମିଶନ । କମିଶନଙ୍କ ୱେବସାଇଟରେ କୁହାଯାଇଛି, ରାଜ୍ୟ ଏବେ ଜନସଂଖ୍ୟା ନିୟନ୍ତ୍ରଣକୁ ଆଣିବା ସହ ସଂଖ୍ୟାକୁ ସ୍ଥିର ରଖିବା ଏବଂ ସେମାନଙ୍କ ଉନ୍ନତି ଦିଗରେ କାର୍ଯ୍ୟ କରୁଛି । ଏହାକୁ ଆଖି ଆଗରେ ରଖି ହିଁ ଏହି ବିଲକୁ ପ୍ରସ୍ତୁତ କରାଯାଇଛି । ଯଦି ବିଲରେ ଥିବା ବ୍ୟବସ୍ଥା ଉପରେ କାହାର ଆପତ୍ତି ଥାଏ କିମ୍ବା କୈାଣସି ପରାମର୍ଶ ଥାଏ, ତେବେ ଜୁଲାଇ ୧୯ ସୁଦ୍ଧା ମତ ରଖିବାକୁ ଆହ୍ୱାନ ଦିଆଯାଇଛି । ସରକାରୀ ଚାକିରିଆଙ୍କ ପାଇଁ ଦୁଇ ସନ୍ତାନ ପ୍ରାବଧାନ ବାବଦରେ ଉଲ୍ଲେଖ ରଖି କୁହାଯାଇଛି

- ଯେଉଁ କର୍ମଚାରୀ ଏହାକୁ ମାନିବେ, ସେମାନଙ୍କୁ ପୂରା କ୍ୟାରିୟରରେ ଅତିରିକ୍ତ ଦୁଇ ଥର ଇନକ୍ରିମେଣ୍ଟ ମିଳିବ
- ମାତୃତ୍ୱ କିମ୍ବା ପିତୃତ୍ୱ ପାଇଁ ୧୨ ମାସର ପୂର୍ଣ୍ଣ ବୈତନିକ ଛୁଟି ମଧ୍ୟ ମିଳିବ
- ଜାତୀୟ ପେନସନ ଯୋଜନାରେ କର୍ମଚାରୀଙ୍କ ଅଂଶ ୩ ପ୍ରତିଶତ ବୃଦ୍ଧି ପାଇବ

ବିଲ୍ ପାରିତ ହୋଇ ଆଇନରେ ପରିଣତ ହେଲେ ଏହାକୁ କାର୍ଯ୍ୟକାରୀ କରିବାକୁ ଷ୍ଟେଟ୍ ପପୁଲେସନ ଫଣ୍ଡ ତିଆରି ହେବ । ସେହିଭଳି, ଜନସଂଖ୍ୟା ନିୟନ୍ତ୍ରଣ ବାବଦରେ ବିଷୟକୁ ସ୍କୁଲ ସ୍ତରରେ ବାଧ୍ୟତାମୁଳକ କରିବା କଥା ବି ଉଲ୍ଲେଖ ଅଛି ।

ଡ୍ରାଫ୍ଟ ବିଲରେ କୁହାଯାଇଛି
- ଉତ୍ତରପ୍ରଦେଶରେ ସୀମିତ ଅର୍ଥନୈତିକ ସମ୍ବଳ ରହିଛି
- ପ୍ରତିଟି ମଣିଷକୁ ଖାଦ୍ୟ, ପିଇବା ପାଣି, ଭଲ ଘର, ଗୁଣାତ୍ମକ ଶିକ୍ଷା ଯୋଗାଇବା ଜରୁରୀ
- ଘରୋଇ କ୍ଷେତ୍ରକୁ ବିଜୁଳି, ଅର୍ଥନୈତିକ ଓ ଜୀବନ ଜୀବିକା ସୁଯୋଗ ଦେବା କଥା
- ସମସ୍ତ ବ୍ୟକ୍ତିଙ୍କୁ ସୁରକ୍ଷିତ ଏବଂ ସୁଗମ ଜୀବନ ଉପଲବ୍ଧ କରାଇବା ସରକାରଙ୍କ କାମ

ସାମୁହିକ ବିକାଶକୁ ଆଖି ଆଗରେ ରଖି ଜନସଂଖ୍ୟା ନିୟନ୍ତ୍ରଣ ଏବଂ ଏଥିରେ ସ୍ଥିରତା ଆଣିବା ନିହାତି ଜରୁରୀ ବୋଲି ଯୁକ୍ତି ଦର୍ଶାଇ ଏହି ବିଲକୁ ତିଆରି କରାଯାଇଥିବା ବେଳେ ଏହାକୁ ମୁସଲିମ୍ ବିରୋଧୀ ଭାବେ ଅଭିହିତ କରି ଆନ୍ଦୋଳନ ଆରମ୍ଭ ହୋଇଛି । ୨୦୨୨ରେ ହେବାକୁ ଥିବା ନିର୍ବାଚନ ଆଗରୁ ନିଜର ବିଫଳତା ଲୁଚାଇ ଭୋଟ ଧ୍ରୁବୀକରଣ କରିବାର ଏହା ଏକ ମାଧ୍ୟମ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe