ପହଁଚିଥାନ୍ତେ ବାହାଘରରେ, ଅଧାରୁ ଚାଲିଗଲା ଜୀବନ । ଇଲେଭେନ କେଭି ବିଦ୍ୟୁତ ତାର ଛିଣ୍ଡିବା ଯୋଗୁଁ ଜଳିଗଲା ବସ, ଘଟଣାସ୍ଥଳରେ ୬ଜଣଙ୍କ ମୃତ୍ୟୁ

1,508

କନକ ବ୍ୟୁରୋ : ଉତରପ୍ରଦେଶ ଗାଜିପୁରରୁ ଆସିଛି ଦୁଖଦ ଘଟଣା । ରାସ୍ତା ଉପରେ ଜଳିଗଲା ବରଯାତ୍ରୀ ବସ, ଜୀବନ୍ତ ଦଗ୍ଧ ହେଲେ ୬ଜଣ । ଏଥିସହ ୨୦ରୁ ଅଧିକ ଲୋକଙ୍କୁ ଗୁୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତି କରାଯାଇଛି । ପ୍ରତ୍ୟେକ୍ଷଦର୍ଶୀଙ୍କ ଅନୁସାରେ ବସ ମଉରୁ ମରଦୋହ ଯାଉଥିବା ସମୟରେ ଶକ୍ତିଶାଳୀ ବିଦ୍ୟୁତ ତାର ବସ ଉପରକୁ ଖସିପଡିଥିଲା । ଫଳରେ ବସଟି ଜଳିବା ସହ ୩୫ଜଣ ଯାତ୍ରୀଙ୍କ ମଧ୍ୟରୁ ୬ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଘଟଣାସ୍ଥଳରେ ଜିଲ୍ଲାପାଳ ଓ ଉଚ୍ଚ ଅଧିକାରୀ ପହଁଚି ସ୍ଥିତି ନିରିକ୍ଷଣ କରୁଛନ୍ତି । ସେପଟେ ଉଦ୍ଧାର କାମ ଚାଲିଛି । ବରଯାତ୍ରୀଙ୍କୁ ନେଇ ଯାଉଥିବା ସମୟରେ ବସ ଦୁର୍ଘଟଣାର ଶିକାର ହୋଇଛି ।