ପୁଣି ଥରେ ପୋଲିସକୁ ଚକମା ଦେଇ ଖସିଗଲା ମୋଷ୍ଟ ୱାଣ୍ଟେଡ୍ ଅପରାଧୀ ବିକାଶ ଦୁବେ । ଫରିଦାବାଦର ଏକ ହୋଟେଲରେ ଦୁବେ ଛପିଥିବା ନେଇ ସୂଚନା ମିଳିଥିଲା । ଏହାକୁ ଆଧାର କରି ପୋଲିସ ଚଢାଉ କରିଥିଲା । ହେଲେ ସେଠାରୁ ଖସି ଯାଇଥିଲା ବିକାଶ ଦୁବେ । ଫରିଦାବାଦର ଦିଲ୍ଲୀ ମଥୁରା ହାଇୱେରେ ବରଖଲ ଚୌକ୍ ନିକଟରେ ଥିବା ଏକ ଓୟୋ ଗେଷ୍ଟ ହାଉସରେ ବିକାଶ ଦୁବେ ଲୁଚିଥିବା ଖବର ମିଳିଥିଲା । ମଙ୍ଗଳବାର ସଂଧ୍ୟାରେ ପୋଲିସ ଏଠାରେ ଚଢାଉ କରିଥିଲା ।
କିନ୍ତୁ ପୋଲିସ ଚଢାଉର କିଛି ସମୟ ଆଗରୁ ନିଜେ ଖସି ଯାଇଥିଲା ବିକାଶ ଦୁବେ । ସିସିଟିଭିରେ ଦେଖିବାକୁ ମିଳିଛି ଏମିତି ଏକ ଚିତ୍ର । ଯାହା ପୋଲିସର ନିଦ ହଜେଇ ଦେଇଛି । ଏକ ଗେଷ୍ଟ ହାଉସର ସିସିଟିଭିରେ ଦେଖିବାକୁ ମିଳିଛି ଦୁଇ ଜଣଙ୍କୁ । ଏହା ମଧ୍ୟରୁ ଜଣେ ବିକାଶ ଦୁବେ ବୋଲି ସନ୍ଦେହ କରୁଛି ପୋଲିସ । ଏହାକୁ ନେଇ ଗେଷ୍ଟ ହାଉସରେ ପହଁଚି ଖୋଳତାଡ ଆରମ୍ଭ କରିଛି ପୋଲିସ । ଚଢାଉ ବେଳେ ପୋଲିସ ଜଣକୁ ଧରିବା ପରେ ସେ ହିଁ ସ୍ପଷ୍ଟ କରିଛି ଯେ ବିକାଶ ଦୁବେ ଏଠାରେ ରହିଥିଲା । ଏବେ ଉକ୍ତ ଅଂଚଳର ଆଖପାଖ ସ୍ଥାନରେ ଉତ୍ତରପ୍ରଦେଶ ପୋଲିସ ସର୍ଚ୍ଚ ଅପରେସନ ଜୋରଦାର କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2020/07/fgfg-1.jpg)
/kanak/media/post_attachments/wp-content/uploads/2020/07/dubey1-2-696x392-300x169.jpg)