ଉତ୍ତରପ୍ରଦେଶର ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ନିହତ : ଡାକ୍ତରଖାନାରେ ବିକାଶକୁ ମୃତ ଘୋଷଣା କଲେ ଡାକ୍ତର; ପୋଲିସ କବଜାରୁ ଖସିଯିବାକୁ ଉଦ୍ୟମ ବେଳେ ଏନକାଉଣ୍ଟର, ବନ୍ଧୁକ ଛଡାଇ ଖସିଯିବାକୁ ଉଦ୍ୟମ କରୁଥିଲା ଗ୍ୟାଙ୍ଗଷ୍ଟର

1,269

କନକ ବ୍ୟୁରୋ : ଉତରପ୍ରଦେଶ ପୋଲିସ ଏନକାଉଣ୍ଟରରେ ଦୁର୍ଦାନ୍ତ ଅପରାଧୀ ବିକାଶ ଦୁବେ ନିହତ । ପୋଲିସ ଗୁଳିରେ ବିକାଶର ମୃତ୍ୟୁ ହୋଇଥିବା ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି । ଏନକାଉଁଟର ପରେ ବିକାଶକୁ ହସ୍ପିଟାଲରେ ଭର୍ତି କରାଯାଇଥିଲା । କିନ୍ତୁ ମେଡିକାଲରେ ଡାକ୍ତର ତାକୁ ମୃତ ଘୋଷଣା କରିଛନ୍ତି । ଉତରପ୍ରଦେଶ ପୋଲିସର ସ୍ପେଶାଲ ଟ୍ୟାକ୍ସ ଫୋର୍ସ ବିକାଶ ଦୁବେକୁ ଉଜ୍ୱୟନରୁ କାନପୁର ଆଣୁଥିବାବେଳେ ସେ ବସିଥିବା ଗାଡିଟି ଦୁର୍ଘଟଣା ଗ୍ରସ୍ତ ହୋଇ ଓଲଟି ପଡିଥିଲା । ଏହାର ସୁଯୋଗ ନେଇ ଖସି ଯିବାକୁ ଉଦ୍ୟମ କରିବା ସହ ବନ୍ଧୁକ ଛଡାଇ ନେଇ ପୋଲିସ ଉପରକୁ ଗୁଳି କରିଥିଲା ବିକାଶ । ଏହାର ଜବାବରେ ପୋଲିସ ବିକାଶ ଉପରକୁ ଗୁଳି ଚଳାଇଥିଲା । ଏଥିରେ ବିକାଶ ଗୁରୁତର ଭାବେ ଆହତ ହୋଇଥିଲା । ତାକୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତି କରାଯାଇଥିଲା ।

ଆଜି ସକାଳ ପ୍ରାୟ ୭ ଟାବେଳେ କାନପୁର ଟୋଲପ୍ଲାଜାଠାରୁ ୨୫ କିଲୋମିଟର ଦୂର ବାରାଠାରେ ଦୁର୍ଘଟଣା ଘଟିଥିଲା । ଏଥିରେ ଏସଟିଏଫର ଜଣେ ସବଇନିସପେକ୍ଟର ଓ ୨ଜଣ କନେଷ୍ଟବଳ ଆହତ ହୋଇଥିବା ଜଣାପଡିଛି । ବିକାଶ ଦୁବେ କାନପୁର ୮ ପୋଲିସ କର୍ମୀଙ୍କ ହତ୍ୟା ଘଟଣାର ମାଷ୍ଟରମାଇଣ୍ଡ ଥିଲା । ତାକୁ ଧରିବା ପାଇଁ ଉତରପ୍ରଦେଶ ପୋଲିସ ଗୋଟିଏ ସପ୍ତାହ ଦିନ ରାତି ଏକ କରି ରାଜ୍ୟବ୍ୟାପି ତଲାସି ଜାରି ରଖିଥିଲା । ଶେଷରେ ଗତକାଲି ତାକୁ ମଧ୍ୟପ୍ରଦେଶ ଉଜ୍ୱୟନରୁ ଧରିଥିଲା ଏସଟିଏଫ୍ । ଆଜି ଉଜ୍ୱୟନିରୁ କାନପୁର ଅଣାଯାଉଥିଲା ।