ଶିକ୍ଷୟତ୍ରୀ ୪୨୦ ! ୨୫ଟି ସ୍କୁଲ, ଜଣେ ଶିକ୍ଷୟିତ୍ରୀ । ୧୩ ମାସରେ ୧ କୋଟି ଟଙ୍କା ରୋଜଗାର ।

1,785

କନକ ବ୍ୟୁରୋ : ଜଣେ ଦିଦି, ୨୫ଟି ସ୍କୁଲ । ଶିକ୍ଷୟିତ୍ରୀଙ୍କ କେଳେଙ୍କାରୀର କାହାଣୀ । ୧୩ ମାସରେ ୧ କୋଟି ଦରମା । ଜଣେ ଶିକ୍ଷୟିତ୍ରୀଙ୍କ ଜାଲିଆତିର ଏହା ଏପରି କାହାଣୀ, ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଶିକ୍ଷୟିତ୍ରୀଙ୍କର ମାସକୁ ଦରମା ଥିଲା ପାଖାପାଖି ୮ ଲକ୍ଷ ଟଙ୍କା । ଆଉ ୧୩ ମାସରେ ଦରମା ଭାବେ ରୋଜଗାର କରିଥିଲେ ୧ କୋଟି ଟଙ୍କା । ତେବେ ଏତେ ଟଙ୍କା ଦରମା ସେ ପାଇଲେ କେମିତି ?

ଅନାମିକା ସୁକ୍ଳା । ଉତରପ୍ରଦେଶର ଏହି ଶିକ୍ଷୟତ୍ରୀ ଜଣଙ୍କୁ ଏକ ସ୍କୁଲରେ ନିଯୁକ୍ତି ଦିଆଯାଇଥିବା ବେଳେ ଜାଲିଆତି କରି ୨୫ଟି ସ୍କୁଲରେ ଶିକ୍ଷକତା କରୁଥିବା ସରକାରଙ୍କୁ ଦର୍ଶାଇଥିଲେ । ଆଉ ସବୁଠୁ ବଡ କଥା ହେଉଛି ୧୩ ମାସରେ ସେ ୧ କୋଟି ଟଙ୍କା ଦରମା ମଧ୍ୟ କମାଇଥିଲେ ।

ଏହି ଖବର ସାମ୍ନାକୁ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନେଇଛି ଉତ୍ତରପ୍ରଦେଶ କାସଗଞ୍ଜ ପୋଲିସ । ଅନାମିକା ଶୁକ୍ଳାଙ୍କୁ ଗିରଫ କରିଛି ପୋଲିସ । ତେବେ ଏହା ପୂର୍ବରୁ ଅନାମିକାଙ୍କୁ ନୋଟିସ ଜାରି କରାଯାଇଥିଲା । କିନ୍ତୁ ନୋଟିସର କୌଣସି ଉତ୍ତର ଦେଇନଥିଲେ ଅନାମିକା ।

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହି ଶିକ୍ଷୟତ୍ରୀ ଜଣଙ୍କ ଆମେଠି, ରାୟବରେଲି, ପ୍ରୟାଗରାଜ, ଆଲିଗଡ ଭଳି ୨୫ଟି ସ୍କୁଲରେ ଶିକ୍ଷକତା କରି କୋଟି କୋଟି ଟଙ୍କା କମାଇଛନ୍ତି । ତେବେ ଏତେ ଦିନ ଧରି ଅନାମିକାଙ୍କ କେଳେଙ୍କାରୀଙ୍କ ଟେର୍ କେମିତି ଶିକ୍ଷା ବିଭାଗ ଜାଣିପାରିଲାନି ତାକୁ ନେଇ ଉଠୁଛି ପ୍ରଶ୍ନ ।