କନକ ବ୍ୟୁରୋ : ଉତ୍ତରପ୍ରଦେଶର ନୋଏଡାରେ ବଡ ଅଘଟଣ ଘଟିଛି । ନୋଏଡା ସେକ୍ଟର ୨୧ ରେ ଏକ ପାଚେରୀ କାନ୍ଥ ଭୁଷୁଡି ୪ ଜଣଙ୍କର ଜୀବନ ଯାଇଛି । ସେହିପରି ଏହି ଘଟଣାରେ ୯ ଜଣ ଆହତ ମଧ୍ୟ ହୋଇଛନ୍ତି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ଓ ପୋଲିସ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଉଦ୍ଧାର ହେଉଥିବା ଶ୍ରମିକମାନଙ୍କୁ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଅନ୍ୟପଟେ ଏହି ଘଟଣା ଘଟିବା ସମୟରେ ୧୨ ଜଣ ଶ୍ରମିକ କାମ କରୁଥିଲେ ବୋଲି ସ୍ଥାନୀୟ ଲୋକ କହିଛନ୍ତି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୋକପ୍ରକାଶ କରିଛନ୍ତି ।

Advertisment