ଘର ମାଟିତଳୁ ବାହାରିଲେ ଡ଼ଜନେ ନାଗସାପ : ୧୨ ଟି ନାଗସାପ ସହ ୨୪ ଟି ଅନ୍ୟ ପ୍ରଜାତିର ସାପକୁ ଉଦ୍ଧାର କଲା ସାପୁଆ କେଳା ।

636

ମାଟିତଳୁ ବାହାରିଲେ ଡ଼ଜନେ ନାଗସାପ । ନାଗସାପ ସମେତ ଆଉ ୨୪ ସାପକୁ ଉଦ୍ଧାର କଲା ସାପୁଆ । ଘରେ ଏତେ ସାପକୁ ଦେଖିବା ପରେ ପରିବାର ତଥା ଗାଁ ଲୋକଙ୍କ ଘୁରିଲା ମୁଣ୍ଡ । ଘଟଣାଟି ଘଟିଛି ଉତ୍ତରପ୍ରଦେଶ ଫତେହପୁର ଅଞ୍ଚଳରେ । ଏଠାକାର ଜଗଦିଶପୁର ଗାଁରେ ପ୍ରହଲ୍ଲାଦ ସିଂହଙ୍କ ଘରୁ ଏତେ ସଂଖ୍ୟକ ସାପ ବାହାରିବା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

 

ଘରେ ଗୋଟିଏ ସାପ ବାହାରିବାକୁ ପରିବାର ସଦସ୍ୟ ଡ଼ରି ଘର ବାହାରକୁ ଚାଲିଯାଇଥିଲେ । ଗ୍ରାମବାସୀ ସାପୁଆକୁ ଡ଼ାକିବାରୁ ଅସଲ କଥା ସାମ୍ନାକୁ ଆସିଲା । ଘରେ ଗୋଟିଏ ସାପକୁ ଧରିବାକୁ ଆସିଥିବା ସାପୁଆ ୧୨ ଟି ନାଗସାପ ସହ ୨୪ ଟି ଅନ୍ୟ ପ୍ରଜାତିର ସାପକୁ ଉଦ୍ଧାର କଲା ।

ମାଟି ତଳେ ଗାତ କରି ଏହି ବିଷଧର ସାପ ରହିଆସୁଥିଲେ । ଏଥିରେ ୨ ଟି ବଡ଼ ନାଗସାପ ଏବଂ ୨୨ ଟି ଛୋଟ ଛୋଟ ସାପକୁ ଧରିଥିଲେ ସାପୁଆ । ଏହି ସାପଙ୍କୁ ଉଦ୍ଧାର କରି ଜଙ୍ଗଲରେ ଛାଡ଼ିଦିଆଗଲା ।