କିଏ ହାତେଇବ ୫ଟି ରାଜ୍ୟର ସିଂହାସନ : କାଲି ଆସିବ ଜନାଦେଶ,ଏକଜିଟ୍ ପୋଲ ପୂର୍ବାନୁମାନ ପରେ ବଢିଲା ଉତ୍କଣ୍ଠା

30

କନକ ବ୍ୟୁରୋ : କାଲି ଆସିବ ଉତରପ୍ରଦେଶ ସମେତ ୫ଟି ରାଜ୍ୟର ଜନାଦେଶ । ହାଇପ୍ରୋଫାଇଲ ପ୍ରଚାର ଓ ମତଦାନ ପରେ ଏକଜିଟ୍ ପୋଲ ରିପୋର୍ଟ ଆସିଛି । ଏହା ପରେ ସାରା ଦେଶରେ ଉତ୍କଣ୍ଠା ବଢିବାରେ ଲାଗିଛି । ବିଶେଷ କରି ଉତରପ୍ରଦେଶର ନିର୍ବାଚନ ଫଳାଫଳ କଣ ହେବ, କେଉଁ ଦଳ ଉପରେ ଜନସାଧାରଣ ଅଧିକ ଭରସା କରିଛନ୍ତି, ଜାଣିବା ପାଇଁ ସାରା ଦେଶ ସହ ଅପେକ୍ଷା କରି ରହିଛି । ଏକଜିଟ୍ ପୋଲ ରିପୋର୍ଟ କହୁଛି ୟୁପିରେ ବିଜେପି ରହିବ ଆଗରେ ।

ଦେଶର ସବୁଠୁ ବଡ଼ ରାଜ୍ୟର ନିର୍ବାଚନ ଫଳାଫଳ ଦେଶର ରାଜନୈତିକ ସ୍ଥିତିର ପ୍ରକୃତ ଚିତ୍ର ସାମନାକୁ ଆଣିବ । ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ମଧ୍ୟ ବଡ଼ ପରୀକ୍ଷା । ବିମୁଦ୍ରାକରଣ ନିଷ୍ପତିକୁ କିଭଳି ସାଧାରଣ ଲୋକ ଗ୍ରହଣ କରିଛନ୍ତି, ତାହାର ମଧ୍ୟ ହିସାବ ନିକାଶ କରିବ ଏହି ନିର୍ବାଚନ ଫଳାଫଳ ।